ଐତିହାସିକ କ୍ଷେତ୍ର କୁଲାଡ଼ରେ ଦୋଳ ଯାତ୍ରା ଉତ୍ସବ ଅନୁଷ୍ଠିତ।

0
547

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୁଲାଡ଼ ଠାରେ ପ୍ରସିଦ୍ଧ ଦୋଳ ଯାତ୍ରା ଉତ୍ସବ ଆଜି ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସାହିତ୍ୟ ସଂସ୍କୃତି ସମ୍ପନ୍ନ ଐତିହାସିକ କ୍ଷେତ୍ର କୁଲାଡ଼ ଗ୍ରାମରେ ଶ୍ରୀ ଶ୍ରୀ ନାରାୟଣ ସ୍ୱାମୀ,ଶ୍ରୀ ଶ୍ରୀ ଗୋପୀନାଥ ସ୍ୱାମୀ,ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ଓ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମହାମିଳନ ଅନୁଷ୍ଠିତ ହୋଇଥିଲା। କୁଲାଡ଼ ମନ୍ଦିର ସମୂହ ପରିଚାଳନା କମିଟିର କାଯ୍ୟ ସୂଚୀ ଅନୁସାରେ ଗୁରୁବାର ଦିନ ଠାରୁ ଭିତିରି ଫଗୁ ଯାତ୍ରା,ଏକାଦଶୀ ଯାତ୍ରା,ସାନଭେଟ ଯାତ୍ରା,ଚତୁର୍ଦ୍ଦଶୀ ଯାତ୍ରା ଓ ଦୋଳ ମଣ୍ଡପ ଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥି ସହିତ ଯାତ୍ରାକୁ କିପରି ଶାନ୍ତିଶୁଙ୍ଖଳାର ସହିତ ସମାପ୍ତ ହେବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।ଆଜି ଶେଷ ଦିନରେ ଏହି ଦୋଳ ଯାତ୍ରାରେ ବିଭିନ୍ନ ଧାର୍ମିକ କାଯ୍ୟକର୍ମ ଅନୁଷ୍ଠିତ ହୋଇଥିବା ବେଳେ କୁଲାଡ଼ ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।ହଜାର ହଜାର ଭକ୍ତ ମାନଙ୍କ ସମାଗମ ଏହି ଦୋଳ ଯାତ୍ରାକୁ ଆକର୍ଷଣ କରାଥିବାବେଳେ କୁଲାଡ଼ ବଡ଼ଦାଣ୍ଡରେ ସମସ୍ତ ଠାକୁର ମାନଙ୍କ ମିଳନରେ ଶଙ୍ଖନାଦ,ବାଜାଓ ଫଗୁରଙ୍ଗ ରେ କମ୍ଫି ଉଠୁଥିଲା।

LEAVE A REPLY

Please enter your comment!
Please enter your name here