ଜମି ଜାଲିଆତି ମାମଲାରେ ସୁନିଲକୁ ରିମାଣ୍ଡରେ ଆଣିଲା ପୁଲିସ୍

0
291

ବ୍ରହ୍ମପୁର:ଗୋପାଳପୁର ପୁଲିସ୍ ଜମି ଜାଲିଆତି ମାମଲାରେ ଜେଲରେ ଥିବା ଅଭିଯୁକ୍ତ ସୁନିଲ କୁମାର ସ୍ୱାଇଁକୁ ଦିନିକିଆ ରିମାଣ୍ଡରେ ଆଣି ଜେରା କରିଛି। ସୂଚନା ମିଳିଛି ଯେ, ଅଭିଯୁକ୍ତ ବ୍ରହ୍ମପୁର ଶାସ୍ତ୍ରୀ ନଗରର ସୁନିଲ ୨୦୨୦ ମସିହାରେ ଆମ୍ବପୂଆ ବିମା ନଗରରେ ରହୁଥିବା ରଶ୍ମିତା ସାହୁଙ୍କ ଠାରୁ ସାନ କୁଶସ୍ଥଳିରେ ଜମି ଦେବା ବାବଦକୁ ୧୦ ଲକ୍ଷ ଟଙ୍କା ୨୦୧୯ ରେ ନେଇଥିଲା । କିନ୍ତୁ ମହିଳା ଜଣକ ଜାଣିବାକୁ ପାଇଲେ ଯେ,ଉକ୍ତ ଜମିଟି ଅନ୍ୟ କାହା ନାମରେ ପଟ୍ଟା ହୋଇଥିବା ଜାଣିପାରି ଟଙ୍କା ଫେରାଇବାକୁ କହିଥିଲେ। ୨୦୨୦ ରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ପ୍ରକାରେ କେସ୍ ନଂ ୧୨୦/୨୦  ମାମଲା ରୁଜୁ କରି ତଦନ୍ତ ଚାଲିଥିଲା ।ଚଳିତ ବର୍ଷ ମଧ୍ୟ ସାଇବର ଥାନାରେ ଅନ୍ୟ ଜଣକ ଠାରୁ ୪୮ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଆଜି ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଜେଲ୍ ପଠାଇଥିବା ତଦନ୍ତ କାରୀ ଅଧିକାରୀ ଏସ୍ ଆଇ ମହେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here