ଝାମି ଏଲେମା ଠାକୁରାଣୀଙ୍କ ପୂର୍ଣ୍ଣିମା ଯାତ୍ରା ଧୁମ ଧାମର ସହ ପାଳିତ

0
507

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଦୋଳ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଥିବା ଝାମି ଏଲେମା ଠାକୁରାଣୀଙ୍କ ପୂର୍ଣ୍ଣିମା ଯାତ୍ରା ତଥା ଚଳିତ ବର୍ଷ ର ଶେଷ ଯାତ୍ରା ଖୁବ ଧୁମ ଧାମର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ପହରୁ ରୀତିନୀତି ଅନୁଯାୟୀ ମା ଙ୍କ ପୂଜାର୍ଚ୍ଚନା ଚାଲିଛି। ସକାଳେ ମା ଙ୍କର ବେଢା, ଦୀପ ଆଳତି, ହେବା ସହ ଦୋଳ ପୂର୍ଣ୍ଣିମା ହେତୁ ମା ଙ୍କୁ ଚଣା, ଫେଣା, ଫୋଗୁ ଇତ୍ୟାଦି ଅର୍ପଣ କରାଯାଇଥିଲା। ମା ଙ୍କ ଶେଷ ଯାତ୍ରା ରେ ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲା। ଲମ୍ବା ଧାଡିରେ ଠିଆ ହୋଇ ଭକ୍ତ ମାନେ ମା ଙ୍କୁ ଦର୍ଶନ କରିବା ସହ ଆଶିଷ କୃପା ଲାଭ କରିଥିଲେ। ଯାତ୍ରାରେ ମା ଙ୍କୁ ଦର୍ଶନ କଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିସହ ପରିବାରର ମଙ୍ଗଳ ସକାଶେ ଭକ୍ତ ମାନେ ଯାତ୍ରାରେ ମୁଆଁ ପକାଇଥାନ୍ତି। ଭକ୍ତ ମାନେ ଯାତ୍ରା ସମୟରେ ଶ୍ୱାସନ ଘାଟ ରେ ରୋଷେଇ କରି ଖାଇଥାନ୍ତି। ଯାହା ଫଳରେ ଚର୍ମ ଜନିତ ରୋଗ ରୁ ମୁକ୍ତି ହୋଇଥାଏ ବୋଲି ଭକ୍ତ କହିଥାନ୍ତି। ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ଯାତ୍ରାଟି ଅତି ଗୁରୁତ୍ୱପୂର୍ଣ୍ଣ। କାହିଁ କେଉଁ ପୌରାଣିକ କାଳରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଯାତ୍ରାର ଶେଷ ରେ ପୁଣି ମା ଙ୍କ ବେଢା, ଅଗ୍ନିପୂଜା, ଆଳତି ହୋଇ ଗୁପ୍ତନୀତି ସମ୍ପର୍ଣ୍ଣ ହୋଇଥାଏ। ପୁଣି ଏକ ମଙ୍ଗଳବାର ଦେଖି ମା ଙ୍କ ଶୀତଳା ଲାଗି ହେବା ପରେ ମା ଙ୍କ ବାର୍ଷିକ ଯାତ୍ରା ଶେଷ ବିଧିବଦ୍ଧ ଭାବେ ଶେଷ ହୋଇଥାଏ। ମା ଙ୍କ ଯାତ୍ରାରେ ଭକ୍ତଙ୍କ ଭିଡ଼ କୁ ଆଖି ଆଗରେ ରଖି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ବନ୍ଦବସ୍ତ କରାଯାଇଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏଥିସହ ଭକ୍ତ ଙ୍କ ପାଇଁ ମନ୍ଦିର ଉନ୍ନୟନ ତରଫରୁ ମାଗଣା ଅନ୍ନ ପ୍ରସାଦ ର ବ୍ୟବସ୍ତା ମଧ୍ୟ କରାଯାଇଥିଲା। ଏଥିସହ ସେଣ୍ଟରେଲ ଲୟନ୍ସ କ୍ଳବ ବ୍ରହ୍ମପୁର ତରଫରୁ ପାଣି ବୋତଲ ଯାତ୍ରାରେ ବଣ୍ଟନ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକ ନୀଳମଣି ପୃଷ୍ଟି ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଝାମି ଏଲେମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରାରେ ସମ୍ପାଦକ ଗୌରାଙ୍ଗ ଚୌଧୁରୀ,ଅନୀଲ ଚୌଧୁରୀ, ଉପଦେଷ୍ଟା ଲଳିତ ମହନ ମଙ୍ଗରାଜ, ଜଗନ୍ନାଥ ବେହେରା, କାଳୀ ପ୍ରସାଦ ପାଢ଼ୀ, ରଞ୍ଜନ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ପବିତ୍ର ମହାନ୍ତି, ଅସିତ ପଣ୍ଡା, ସୁରେଶ ସାହୁ, ଉମା ଶଙ୍କର ମହାନ୍ତି, ନାରାୟଣ ଚୌଧୁରୀ, ସୁଦୀପ ସାହୁ, ଗଣେଶ ପାତ୍ର, ସୁଶାନ୍ତ ସାହୁ ,ବି ଦୁର୍ଗା ରାଓ, ଲଣ୍ଡା ବେହେରା, ବି କେ ବିଶାରଦ, ସନ୍ୟାସୀ ଗୌଡ଼, ଉମା ଶଙ୍କର ପାଣିଗ୍ରାହୀ କଇଲାସ ଘଡେଇ, ନିରଞ୍ଜନ ବାଡ଼ତ୍ୟା,ଅସିତ ସାବତ, ଚତୁରାନନ ସାମଲ, ଭାଗିରଥି ରାଓ, ସୁଶୀଲ ତ୍ରିପାଠୀ, କେ. ଭି ରଞ୍ଜି ପଟନାୟକ, ଭଗବାନ ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here