ଭିଜିଲାନ୍ସ ଦ୍ୱାରା ଗିରଫ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

0
534

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଵ୍ରହ୍ମପୁର ସହର ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଇଂଜିନିୟର ବିନୋଦ କୁମାର ପାଢୀ ଏବେ ଗଞ୍ଜାମ ଜିଲ୍ଲାର କୁବେର ନାମରେ ପରିଚିତ ହୋଇଛନ୍ତି । ମଙ୍ଗଳବାର ଦିନ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘର ଏବଂ ୧୨ ଟି ସ୍ଥାନରେ ଚଢ଼ାଉ କରଯାଇଥିଲା । ଗତକାଲି ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇଥିଲା। କୁବେରଙ୍କ ନିକଟରୁ ୫ କୋଟି ରୁ ଉର୍ଦ୍ଧ ଟଙ୍କାର ଘର,ସୁନା, ଜମି ଏବଂ ଗାଡି ମୋଟର ମିଳିଥିଲା । ଗତକାଲି ଭିଜିଲାନ୍ସ ବିଭାଗ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରାତି ୧୦ଟା ସମୟରେ ଇଂଜିନିୟର ବିନୋଦଙ୍କୁ କୋର୍ଟ ଚାଲାଣ କରିଥିଲେ । କେହି ଆଇନଜୀବି ଓକାଲତନାମା ଦାଖଲ କରିନଥିଲେ । ଫଳରେ ଵ୍ରହ୍ମପୁର ତଥା ପୂର୍ତ୍ତ ବିଭାଗ କୁବେର ବିନୋଦ ପାଢ଼ୀଙ୍କୁ ଵ୍ରହ୍ମପୁର ଜେଲକୁ ନିଆଯାଇଛି । କୁବେର ପାଢ଼ୀ କିଛି ଦିନ ଜେଲ ଖାଦ୍ୟ ଖାଇବେ ତାହା ନିଶ୍ଚିତ ହୋଇଯାଇଛି । ପୂର୍ତ୍ତ ବିଭାଗର କିଛି ଅଧିକାରୀଙ୍କ ଉପରେ ଏବେ ଭିଜିଲାନ୍ସ ବିଭାଗର ନଜର ଆସିଛି । ଅତି ଶୀଘ୍ର ସେମାନେ ମଧ୍ୟ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜେଲ ଯିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here