୬୭.୫ କିଲୋ ଚୋରା ଗଞ୍ଜେଇ ଜବତ, ୨ ଗିରଫ

0
278

ପୋଲସରା: ସୋମବାର ଭୋର୍ ସକାଳ ପେଟ୍ରୋଲିଂ ବେଳେ ମାରଦା ଛକ ନିକଟରେ ଗୋଟିଏ ଅଟୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲସରା ପୋଲିସ। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି ଯେ ଓଡ଼ି ୦୭ ଭି ୮୬୧୨ ଅଟୋରେ ତିନୋଟି ବସ୍ତାରେ ୬୭.୫ କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଟୋ ଓ ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏଥିସହ ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୋଦଳା ଥାନା ଅନ୍ତର୍ଗତ ଛଚିନା ଗ୍ରାମର ନିବାସୀ ନାହାକ ଓ ରଞ୍ଜନ ପ୍ରଧାନ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ପୋଲିସ ଟିମ୍ ମାରଦା ମନ୍ଦିର ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଜବତ ହୋଇଥିଲା। ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୪୬୦/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଅତିରିକ୍ତ ଥାନାଧିକାରୀ କୃଷ୍ଣ ଶାହା ତଦନ୍ତ ଜାରୀ ରଖିଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here