ସାମନ୍ତରାୟ ଏକାଡେମୀର ସଫଳତା ଭାରତୀୟ ସ୍ଥଳ ସେନାରେ ନିଯୁକ୍ତ ପାଇଲେ ୨୬୩ ଜଣ

0
413

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା) : ସହରର ଏକ ପ୍ରତିଷ୍ଠିତ ଏକାଡେମୀ ରୂପେ ସାମନ୍ତରାୟ ଏକାଡେମୀ ବେଶ ଜଣାଶୁଣା | ଏହି ଏକାଡେମୀର ବିଦ୍ୟାର୍ଥିମାନେ ଦେଶର ପ୍ରତିରକ୍ଷା ବିଭାଗର ତିନୋଟି ସ୍ରୋତରେ ବହୁବାର ନିଯୁକ୍ତି ପାଇଛନ୍ତି | ଗତ ୨୦୧୯ ମସିହାରେ ଏଥିପାଇଁ ଉଦ୍ଧିଷ୍ଟ ପରୀକ୍ଷା ଦେଇ ପୁଣି ଥରେ ଏକାଡେମୀର ୨୬୩ ଜଣ ବିଦ୍ୟାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି | ଏହି ଯୋଗ୍ୟ ବିବେଚିତ ବିଦ୍ୟାର୍ଥିମାନେ ଭାରତୀୟ ସ୍ଥଳ ସେନାରେ ବୈଷୟିକ ବିଭାଗ,ନର୍ସିଙ୍ଗ ଆସିଷ୍ଟାଣ୍ଟ,ଡ୍ରେସ ମେନ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ ବୋଲି ଏକାଡେମୀର ନିର୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ଏହା ବିଦ୍ୟାର୍ଥୀଙ୍କ ଅଭିଭାବକ ମହଲରେ ଖୁସିର ଲହରୀ ଖେଳାଇଦେଇଛି | ଏହି ଏକାଡେମୀରେ ବିଦ୍ୟାର୍ଥୀଙ୍କୁ କଠୋର ଅନୁଶାସନ,ସଠିକ ମାର୍ଗ ଦର୍ଶନ ପ୍ରଦାନ କରାଯାଉଥିବାରୁ ବାରମ୍ବାର ସଫଳତା ମିଳୁଛି | ଚଳିତ ମାସ ୮ ତାରିଖ ବିଶ୍ୱ ମହିଳା ଦିବସ ଅବସରରେ ସେନାରେ ଯୋଗ ଦେଇଥିବା ବିଦ୍ୟାର୍ଥୀଙ୍କ ମା’ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି | ଏହି କାର୍ଯ୍ୟକ୍ରମରେ ଏକାଡେମୀର ପ୍ରତିଷ୍ଠାତା ଶ୍ରୀ ଲଳିତ ମୋହନ ସାମନ୍ତରାୟ, ଶ୍ରୀ ହରମୋହନ ପାଣିଗ୍ରାହୀ, ଶ୍ରୀ ଅନିଲ କୁମାର ପାତ୍ର, ଶ୍ରୀ ସୁରେଶ କୁମାର ପଣ୍ଡା, ଶ୍ରୀ ରାମକୃଷ୍ଣ ମିଶ୍ର, ଶ୍ରୀ ବ୍ରହ୍ମାନନ୍ଦ ବାରିକ, ଶ୍ରୀ ସୁରେଶ ତରାଇ ଓ ଶ୍ରୀ ଅଭିଳାଷ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here