ବେଆଇନ ଚାଲାଣ ବେଳେ ୬୪ ବସ୍ତା ପାଣି ପାଉଚ ଜବତ, ୧୦ ହଜାର ଟଙ୍କା ଜରିମାନା ଆଦାୟ

0
474

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଠାରୁ ଦିଗପହଣ୍ଡି ଅଭିମୁଖେ ଯାତ୍ରା କରୁଥିବା ଡାଲା ବୋଝେଇ ଏକ ପିକଅପ ଭ୍ୟାନ ଉପରେ ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ପଲିଥିନ ଯୁକ୍ତ ପାଣି ପାଉଚ ବସ୍ତା ବିକ୍ରୀ ଉଦ୍ଦେଶ୍ୟରେ ଚାଲାଣ ହେଉଥିବା ଅଭିଯୋଗ ଆସିଥିଲା। ଅଭିଯୋଗ ପ୍ରତି ଗୁରୁତ୍ୱାରୋପ ଦିଆଯାଇ ଦିଗପହଣ୍ଡି ତହସିଲଦାର ଅଦ୍ୱେତ କୁମାର ସ୍ୱାଇଁ ଗାଡି ନଂ ଓଡ଼ି ୦୭ ଏସ ୧୧୦୧ ଉପରେ ଚଢ଼ାଉ କରି ୬୪ ବସ୍ତା ପାଣି ପାଉଚ ଜବତ କରିଥିଲେ। ପ୍ଲାଷ୍ଟିକ ଓ ପଲିଥିନ ବେଆଇନ ହୋଇଥିବା ବେଳେ ପାଣି ପାଉଚ ବିକ୍ରୀ ଉପରେ ସରକାର କଡା କଟକଣା କରିଛନ୍ତି। ହେଲେ ଏ ସବୁକୁ ଭୃକ୍ଷେପ ନକରି ପାଣି ପାଉଚ ବିକ୍ରୀ କରାଯାଉଛି। ଉଭୟ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳରେ ପାଣି ପାଉଚ ବିକ୍ରୀ ସମ୍ପୂର୍ଣ୍ଣ ନିଷେଧ ରହିଥିବା ହେତୁ ବେଆଇନ ଚାଲାଣ ଓ ବିକ୍ରୀ ଯୋଗୁଁ ସମ୍ପୃକ୍ତ ଗାଡି ମାଲିକ ଏବଂ ସମ୍ପୃକ୍ତ ପାଣି ପାଉଚ କମ୍ପାନୀ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଆଗକୁ ଆଉ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ତାଗିଦ କରାଯାଇଥିଲା। ଜବତ ପରେ ପାଣି ବସ୍ତା ସବୁକୁ ନଷ୍ଟ କରିବା ପାଇଁ ଏନଏସି ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ସଦଲବଳେ ଏନଏସି ତନଖି ଫାଟକ ନିକଟରେ ପହଂଚି ସମସ୍ତ ପାଣି ପାଉଚ ବସ୍ତାକୁ ନଷ୍ଟ କରିବାକୁ ପଠାଇଥିଲେ । ଉକ୍ତ ଚଢ଼ାଉ ସମୟରେ ସୁଦାମ ବେହେରା, ପାଣ୍ଡବ ରେଡ୍ଡୀ, ସନ୍ତୋଷ ପାଢ଼ୀ, ଜି.ଶୁକ୍ରୁ, ରାମ ନାୟକ ପ୍ରମୁଖ ଏନଏସି କର୍ମଚାରୀ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here