ଡକାୟତି ଯୋଜନା ବିଫଳ;୮ ଡକାୟତ ଗିରଫ

0
628

ଗଞ୍ଜାମ(ରଶ୍ମିତା ପାଣିଗ୍ରାହୀ): ଗୁରୁବାର ଦିନ ହିଞ୍ଜିଳିକାଟୁ ରାତ୍ରି କାଳୀନ ପେଟ୍ରୋଲିଂ ଟିମ ଗୋପୀନାଥପୁର ବଡ଼ କେନାଲ ପାଖରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ ଚଢ଼ାଉ କରି ୮ଜଣ ଦ୍ରୁବୁତ୍ତଙ୍କୁ ଗିରଫ କରିବା ସହ ଗୋଟିଏ ୭.୬୫ଏମଏମର ପିସ୍ତଲ, ଗୋଟିଏ ଗୁଳି, ଲଙ୍କା ଗୁଣ୍ଡ,୨ଟିଖଣ୍ଡା,୨ଟି ବୋମା, ୧୦ଟି ମାସ୍କ, ମଦ ବୋତଲ, ସିଗାରେଟ୍,ଦିଆସିଲି,୨ଟି ମୋଟର ସାଇକେଲ ଜବତ କରିଛି । ସୂଚନାନୁଯାୟୀ,କୌଣସି ବିଶେଷ ସୂତ୍ରରୁ କିଛି ଦ୍ରୁବୃତ୍ତ ଏକାଠି ହୋଇଥିବା ଖବର ପାଇ ହିଞ୍ଜିଳିକାଟୁ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ପେଟ୍ରୋଲିଂ ଟିମ ଉକ୍ତ ସ୍ଥାନରେ ପହଞ୍ଚି ଦୃବୁତ୍ତମାନଙ୍କୁ କାବୁ କରିଥିଲେ କିନ୍ତୁ ଦୁଇ ଜଣ ଦ୍ରୁବୁତ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଆସ୍କା ଥାନା ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀର ସନିଆ ମହାନ୍ତି, କୋଟିନୋଡର କାଳୁ ଚରଣ ପାତ୍ର, ଖଲିକୋର୍ଟ ଥାନା ଅନ୍ତର୍ଗତ ତେନ୍ତୁଳିପଦାର ମିଥୁନ ସାହାଣୀ, ଶିବ ଜାଲି, କାହ୍ନା ସାହାଣୀ,ନୂତନ ବ୍ରହ୍ମପୁରର ନରହରି ପାଣ୍ଡି, ଗାଙ୍ଗପୁର ଥାନା ଅନ୍ତର୍ଗତ ବାରଟାର ଭଗବାନ ନାଇକ,ପୋଲସରା ସୂର୍ଯ୍ୟନଗରସାହିର ଯଜ୍ଞ ପ୍ରଧାନ ବୋଲି ଜଣାପଡିଛି ।
ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ ସେମାନେ ନିକଟସ୍ଥ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ଆଇଆଇସି ସୂଚନା ଦେଇଥିଲେ । ଉକ୍ତ ଚଢ଼ାଉରେ ରାତ୍ରି କାଳୀନ ପେଟ୍ରୋଲିଂ ଟିମର ବାସୁଦେବ ଭୋଇ,ଏଏସଆଇ ସୁରଥ ଭୁୟାଁ, ରାଜନ୍ ବିଷୋୟୀ, ହାବିଲଦାର ରାଜୀବ କୁମାର ପାଢ଼ୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ପୋଲିସ ଯୋଗୁଁ ଦ୍ରୁବୁତ୍ତମାନଙ୍କ ଡକାୟତି ଉଦ୍ୟମ ପଣ୍ଡ ହୋଇଥିଲା । ଏହି ଘଟଣାର ତଦନ୍ତ ସବ୍ ଇନ୍ସପେକ୍ଟର ପ୍ରଦୀପ୍ତ କୁମାର ଦାସ କରୁଥିବା ବେଳେ ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୯୭/୨୦ ଧାରା ୩୯୯,୪୦୨, ଆଇପିସି ୨୫ (୧- ବି) ଓ ଆର୍ମ୍ସ ଏକ୍ଟ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here