ଡିଟୋନେଟର ଫୁଟି ତିନି ଛାତ୍ର ଗୁରୁତର

0
461

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ ଘଟିଛି ଏକ ଅଘଟଣ । ସୂଚନା ଅନୁଯାୟୀ,ଆଜି ପୂର୍ବାହ୍ନରେ ପିଲାମାନେ ଖେଳୁଥିବା ସମୟରେ ପାହାଡ଼ରୁ ପଥର ଫୁଟା ପାଇଁ ବ୍ୟବହୃତ ଡିଟୋନେଟର ବିସ୍ଫୋରଣ ଘଟି ୩ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ବାଦଲ ଗୌଡ଼ (୧୦ ବର୍ଷ), ନାରାୟଣ ଗୌଡ଼ (୧୨ ବର୍ଷ) ଏବଂ ଶ୍ରୀଧର ଗୌଡ଼ (୧୦ ବର୍ଷ)। ଆଜି ସକାଳେ ପିଲାମାନେ ଡିଟୋନେଟର ହାତରେ ଧରି ଏକ ବ୍ୟାଟେରୀ ସହ ସଂଯୋଗ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଲୋକେ ଅତର୍କିତ ଭାବେ ଘରୁ ବାହାରି ଦେଖିବା ସମୟରେ ତିନି ଜଣ ଗୁରୁତର ଆହତ ହୋଇ ପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ପ୍ରଥମେ ହିଞ୍ଜଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଖବର ପାଇ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି ।

LEAVE A REPLY

Please enter your comment!
Please enter your name here