କନ୍ଧମାଳ ପିପୁଲସ ଫୋରମର ୪ ଦଫା ଦାବିନେଇ ସାମ୍ବାଦିକ ସମ୍ମିଳନୀ

0
543

କନ୍ଧମାଳ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଫୁଲବାଣୀ ନେଚର ରିଟ୍ରିଟ ସେଣ୍ଟ୍ରାଲ ସ୍କୁଲ ପାଖରେ ଏକ କନ୍ଧମାଳ ପିପୁଲସ୍ ଫୋରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ଏହି ବୈଠକରେ ଚାରି ଦଫା ଦାବି ନେଇ ବିଭିନ୍ନ ଯୋଜନାର ଉନ୍ନୟନ ମୂଳକ ହୋଇଥିବା ଓ ନହୋଇ ରହିଯାଇଥିବା ସେ ଉପରେ ଆଲୋଚନା ହୋଇଯାଇଛି କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ ଏହି ଜିଲ୍ଲାରେ ଅଗ୍ରଣୀ ସାମାଜିକ ସଂଗଠନ ଭାବେ କାମ କରି ଆସୁଛି କନ୍ଧମାଳ ପିପୁଲସ୍ ଫୋରମ ଯାହା ଆଜି କନ୍ଧମାଳ ଜିଲ୍ଲା ରେ ସରକାରି ମେଡ଼ିକାଲ କଲେଜ ସ୍ଥାପନ, ସମ୍ବଲପୁର ରୁ ଗୋପାଳପୁର ଭାୟା କନ୍ଧମାଳ ଦେଇ ରେଳ ଲାଇନ ସଂଯୋଗ, ଫୁଲବାଣୀ ବ୍ଲକ ନୁଆରୀପଦର ଠାରେ ସାଲୁଙ୍କି ନଦୀ ଉପରେ 14କୋଟି ଟଙ୍କାର ବ୍ରିଜ ନିର୍ମାଣ ବିଭିନ୍ନ ସ୍ତରରେ ଦାବିସମୂହ ଉପସ୍ଥାପନା କରି ଜୋରଦାର ସଫଳ ହୋଇଛି ଯାହାକି କନ୍ଧମାଳ ଜିଲ୍ଲାର ସ୍ବପ୍ନ ସାକାର ହୋଇଛି ଆଗକୁ ପିପୁଲସ୍ ଫୋରମ ଦ୍ୱାରା କନ୍ଧମାଳ ଜିଲ୍ଲାକୁ ଇକୋ ଟିୟୁରିଜିମ ହବରେ ପରିଣତ କରାଗଲେ ଜିଲ୍ଲା ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ, ଫୁଲବାଣୀ ସହର ଦିଆଯାଉ ଥିବା ପଟାରେ ଅଧିକାଂଶ ଲୋକ ପଟା ମିଳୁନଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥର କାର୍ଯ୍ୟ ଶୀଘ୍ର ତ୍ୱରାନିତ୍ବ ହେବ, କନ୍ଧମାଳର ମାଓ ଅଧିସୂତ ୪ଟି ଗ୍ରାମ ରାଇକିଆ ବ୍ଲକର ସାନବାରକା, ଦାରିଙ୍ଗବାଡ଼ି ବ୍ଲକର କାଟିଙ୍ଗା,ବୁଡାଗୁଡ଼ା ଓ କୋଟଗଡ଼ ବ୍ଲକ ଶ୍ରୀ ରାମପୁର ଠାରେ ନୂଆ ଥାନା ପ୍ରତିଷ୍ଠା ଏସବୁ ଦାବି ସମୂହ ଏକ ମାସ ମଧ୍ୟରେ ଦାବିପୂରଣ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଫୋରମ ପକ୍ଷରୁ କୁହାଯାଇଛି

LEAVE A REPLY

Please enter your comment!
Please enter your name here