କୃଷ୍ଣସାର ମୃଗକୁ ଶିକାର ଅଭିଯୋଗରେ ଜଣେ ଗିରଫ

0
681

ଜଗନ୍ନାଥପ୍ରସାଦ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜଗନ୍ନାଥପ୍ରସାଦ ବନ ବିଭାଗ ଅଧିକାରୀ କୃଷ୍ଣସାର ମୃଗକୁ ଶିକାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଗୋଟିଏ ସାଇକେଲ,ଗୋଟିଏ ଛୁରୀ,କୃଷ୍ଣସାର ମୃଗର ୩ କିଲୋ ମାଂସ ଓ ଗୋଡ ଜବତ କରିଛନ୍ତି । ଅଭିଯୁକ୍ତ ଜଣକ ହରିଡାପଦର ଗାଁର ପ୍ରକାଶ ନାୟକ ବୋଲି ଜଣାପଡିଛି ଓ ଗିରଫ କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ସାରା ଗଞ୍ଜାମ ଜିଲ୍ଲା ବିରଳ କୃଷ୍ଣସାର ମୃଗ ପାଇଁ ଗର୍ବିତ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିରଳ କୃଷ୍ଣସାର ମୃଗ ଦେଖିବାକୁ ମିଳୁଥିବା ବେଳେ ସେମାନଙ୍କ ସୁରକ୍ଷା ସବୁବେଳେ ବିପଦରେ। କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ଶିକାରୀ କବଳରେ ପଡି ଲୁଚାଛପାରେ ଶିକାର ହେଉଛନ୍ତି ଏହି ବିରଳ ପ୍ରାଣୀ ।

LEAVE A REPLY

Please enter your comment!
Please enter your name here