ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

0
449

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସକାଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ଯନ୍ତ୍ରୀ ପାଢ଼ୀଙ୍କ ଘର ସମେତ ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସର ୧୨ଟି ଟିମ୍ ଦ୍ୱାରା ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଛି । ଏହି ଚଢ଼ାଉ ପାଢ଼ୀଙ୍କ ଗଞ୍ଜାସ୍ଥିତ ବାସଗୃହ ଓ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମରେ ଥିବା ପୈତୃକ ବାସଭବନ, ବ୍ରହ୍ମପୁର ଅଫିସ, ହିଲପାଟଣା ସ୍କୁଲ କୋଠା ଓ ମାର୍କେଟ କମ୍ପ୍ଲେକ୍ସ, ଖଲ୍ଲିକୋଟ ଡିମିରିଆଠାରେ ଥିବା ଫାର୍ମହାଉସ, ଆମ୍ବପୁଆଠାରେ ଥିବା ଫାର୍ମହାଉସ, ପଙ୍କଲାପାଲିଠାରେ ଥିବା ନିର୍ମାଣାଧୀନ ଗୃହ, ଜୟପ୍ରକାଶ ନଗରରେ ରହୁଥିବା ଠିକାଦାର ସଚିନ ପାଢ଼ୀଙ୍କ ଘର, ଗୋଶାଣିନୂଆଗାଁରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ରଙ୍କ ଘର, ଗୋଦାବରୀଶ ନଗରରେ ରହୁଥିବା ପାଢ଼ୀଙ୍କ ଭଣଜା ଅଶୋକ ପଣ୍ଡାଙ୍କ ଘର, ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ବାସଗୃହ ଓ ନୟାପଲ୍ଲୀରେ ମେଟ୍ରୋ ରେସିଡେନ୍ସିରେ ଥିବା ଫ୍ଲାଟ ୧୦୨/ ଏ ରେ କରାଯାଇଛି । ଏତଦ ବ୍ୟତୀତ ପାଢ଼ୀ ବ୍ୟାଙ୍କ ଓ ବିଭିନ୍ନ ଲୋକଙ୍କଠାରୁ ଋଣ ଆଣିଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ ଏଏସ୍ଆଇ ଡି.କେ. ପାଢ଼ୀ, ପି. ଛୋଟରାୟ, କନ୍ଷ୍ଟେବଳ ଉମା ଚରଣ ନାୟକ, ଦିଲ୍ଲୀପ ପ୍ରଧାନ, ନାରାୟଣ ସେଠୀ, ନିଲୁ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁରର ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ୍ ଜାରି ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି ।

LEAVE A REPLY

Please enter your comment!
Please enter your name here