ଅବକାରୀ ଧରପଗଡ଼;ବିପୁଳ ପରିମାଣର ପୋଚ ଗୁଡ଼ ମିଶ୍ରିତ ମଦ ଜବତ

0
324

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ବିଛାପାଟ ଓ ଜୁଆଣପଲ୍ଲୀ ଗାଁରେ ମଙ୍ଗଳବାର ସକାଳୁ ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକଙ୍କ ନେତୃତ୍ୱରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରାଯାଇଛି। ବିପୁଳ ପରିମାଣର ପୋଚ ଗୁଡ଼ ମିଶ୍ରିତ ମଦ ଜବତ କରାଯାଇଛି। ୧୧୦ଲିଟର ପୋଚ ଓ ୧୫ ଶହ କେଜି ଗୁଡ଼ ମିଶ୍ରିତ ମଦ ଜବତ କରାଯାଇଛି।ଘଟଣା ସ୍ଥଳରୁ କାହାକୁ ଗିରଫ କରାଯାଇନଥିବା ବେଳେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here