ନୂଆଗଡ଼ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
609

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ସ୍ଥିତ ମା ପାଦୁକେଇ ପଡିଆ ଠାରେ ନୂଆଗଡ଼ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଜେଡି ସମ୍ପାଦକ ଶରତ ଚନ୍ଦ୍ର ପାଣ୍ଡି ଯୋଗ ଦେଇ ଉଦଘାଟନ କରିଛନ୍ତି । ଏଥିରେ ମୁଖ୍ୟ ବକ୍ତାଭାବେ ବ୍ଲକ ଉପାଧ୍ୟକ୍ଷ ଭ୍ରମର ବର ଭୂୟା, ସ୍ଵତନ୍ତ୍ର ଅତିଥି ଭାବେ ଜିଲାପରିଷଦ ସଭ୍ଯ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସରୋଜ କୁମାର ସାହୁ, ନିମନ୍ତ୍ରିତ ଅତିଥି ଭାବେ ଗ୍ରାମ୍ୟ କମିଟି ସଭାପତି ବିଷ୍ନୁ କେଶରୀ ପ୍ରଧାନ , ପୂର୍ବତନ ସଭାପତି ଗୁରୁବାରି ବିଶ୍ଵାଳ, ସମ୍ପାଦକ ଅଭିମନ୍ୟୁ ଭୂୟା, ବି ଜେ ଡି ଯୁବ ନେତା ତଥା ସାମ୍ବାଦିକ ଦିନେଶ କୁମାର ମହାରଣା, ବିଜୁ ଯୁବ ବାହିନୀ ସଭାପତି ଗୌରାଙ୍ଗ ଚରଣ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।ଆଜିର ଉଦଘାଟୀନ ମ୍ଯାଚ ରାଇଜିଙ୍ଗ ଷ୍ଟାର୍ ଏବଂ ମା ପାଦୁକେଇ କ୍ଲବ ମଧ୍ଯ ରେ ଅନୁଷ୍ଠିତ ହୋଇଥିବା ବେଳେ ରାଇଜିଙ୍ଗ ଷ୍ଟାର୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୧୦୪ ରନ୍ କରିଥିବା ବେଳେ ମା ପାଦୁକେଇ କ୍ଲବ ୮ ଓଭର୍ ରେ ୩ ୱିକେଟ ହରାଇ ୧୦୬ ରନ୍ କରି ବିଜୟ ଲାଭ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟ ରେ ୪ ଗୋଟି ଦଳ ଭାଗ ନେଇଥିବା ବେଳେ ଏହା ୧୦ ଦିନ ଧରି ଚାଲିବ । ଆଜିର ମ୍ଯାଚ ରେ ସୁନୀଲ କୁମାର ପ୍ରଧାନ ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ ଯଜ୍ଞସେନ ପ୍ରଧାନ, ଦୟାନିଧି ବେହେରା, ଧୀରେନ୍ଦ୍ର ପ୍ରଧାନ, କାଳୁ ଚରଣ ଭୂୟା, ବାବୁ ପ୍ରଧାନ , ସନ୍ତୋଷ କୁମାର ପ୍ରଧାନ , ପ୍ରଦୀପ ପ୍ରଧାନ, ପପୁ ପ୍ରଧାନ, ଅଶୋକ କୁମାର ସେଠୀ, ଶାନ୍ତନୁ କୁମାର ବିଶ୍ଵାଳ, ସନାତନ ପ୍ରଧାନ, ବନବାସ ସୁମନ୍ତରାୟ, ବିପିନ୍ କୁମାର ପ୍ରଧାନ, ପ୍ରମୂଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here