ଆସିକା ପୋଲିସର ସଫଳତା;ନକଲି ସାର୍ଟିଫିକେଟ ରାକେଟ ପର୍ଦ୍ଦାଫାଶ,୫ ଅଭିଯୁକ୍ତ ଗିରଫ

0
702

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ନକଲି ସିଟି ଓ ବିଏଡ୍ ସାର୍ଟିଫିକେଟ୍ ରାକେଟ୍ର ମାଷ୍ଟରମାଇଣ୍ଡ,ପ୍ରସ୍ତୁତ ସରଞ୍ଜାମ,ନଗଦ ୨୬,୦୦୦ ଟଙ୍କା ସମେତ ୫ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଭିତରେ ୨ ଜଣ ଶିକ୍ଷକ ମଧ୍ୟ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ,ଗିରଫ ଅଭିଯୁକ୍ତମାନେ ହେଲେ ଶିକ୍ଷକ ଗୌରୀ ଶଙ୍କର ଜେନା, ପ୍ରକାଶ ଚନ୍ଦ୍ର ପଲେଇ, ପୋଲସରାର ଦୁର୍ଗା ପ୍ରସାଦ ମିଶ୍ର, ଧୀରେନ କୁମାର ଦୋରା ଓ ରଂଜିତ କୁମାର ପାଲଟା । ଏହି ଘଟଣାରେ କୋଦଳା ପରିବା ବଜାର ନିକଟସ୍ଥ ଶ୍ରୀଦେବୀ ପ୍ରିଣ୍ଟରର୍ସ ନାଁରେ ଦୋକାନ କରିଥିବା କେ.ଧୀରେନ କୁମାର ଦୋରା ବିଭିନ୍ନ ସଫ୍ଟେଓ୍ଵର ବ୍ୟବହାର କରି ଅବିକଳ ନକଲି ଦଶମ, ଯୁକ୍ତ୨ ,ସିଟି, ବିଏଡ ଆଦି ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲା ଏବଂ ସିଲ (ରବରଷ୍ଟାମ୍ପ) ମଧ୍ୟ ପ୍ରସ୍ତୁତ କରୁଥିଲା । ତାପରେ ଏହି ନକଲି ସାର୍ଟିଫିକେଟ କୋଦଳା ପଣ୍ଡାସାହିର ରଂଜିତ କୁମାର ପାଲଟା ନିକଟକୁ ପହଞ୍ଚୁଥିଲା । ରଂଜିତ ନକଲି ସାର୍ଟିଫିକେଟରେ ଅଧିକାରୀମାନଙ୍କର ନକଲି ଦସ୍ତଖସ୍ତ କରୁଥିଲା । ଆବଶ୍ୟକତା ଅନୁସାରେ ସାର୍ଟିଫିକେଟଗୁଡ଼ିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିଲା। ପ୍ରୋବେସନ ଆଇପିଏସ ଅଭିଳାଶଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଏହି ଘଟଣାରେ ୫ଶହରୁ ଅଧିକ ରବରଷ୍ଟାମ୍ପ, ଭିନ୍ନ ଭିନ୍ନ ମହାବିଦ୍ୟାଳୟର ନକଲି ସାର୍ଟିଫିକେଟ, ନଗଦ, କମ୍ପ୍ୟୁଟର ସରଞ୍ଜାମ ଇତ୍ୟାଦି ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here