ବିକ୍ରମପୁର ଠାରେ ଚଣ୍ତିଦେବୀ ଜିଲ୍ଲା ସ୍ତରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
302

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଠାରେ ଗତ ୧୬ ଦିନ ଧରି ଚାଲିଥିବା ଚଣ୍ତିଦେବୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାରୁ କ୍ରିକେଟ ଟିମ୍ ଗୁଡ଼ିକ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ୍ ୟଙ୍ଗଷ୍ଟାର କ୍ରିକେଟ ଟିମ୍ ଭୁବନେଶ୍ବର ଓ ନିଳକଣ୍ଠେଶ୍ବର କ୍ରିକେଟ ଟିମ୍ କୈରାଶି ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ନିର୍ଦ୍ଧାରିତ ୨୦ ଓଭର ରେ କୈରାଶି ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୨୯୨ ରନ୍ ସଂଗ୍ରହ କରିଥିଲା । ୨୯୩ ରନ୍ ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛାକରି ଭୁବନେଶ୍ବର ଦଳ ୨୦୨ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା । ୯୦ ରନ୍ ବ୍ୟବଧାନରେ କୈରାଶି କ୍ରିକେଟ୍ ଦଳ ଚାମ୍ପିୟାନ ଟ୍ରଫି ହାସଲ କରିଥିଲା । ଚାମ୍ପିୟାନ୍ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ରନରସ୍ ଅଫ ଦଳକୁ ଟ୍ରଫି ସହ ୧୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ଫାଇନାଲରେ ବିଜୟୀ କୈରାଶି ଦଳ ର ବ୍ୟାଟ୍ସମ୍ୟାନ ସୁନୀଲ ପାଣିଗ୍ରାହୀ ୧୦୭ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ଓ ରାଜୁ ତରେଇ ଙ୍କୁ ମ୍ୟାନ ଅଫ ଦି ସିରିଜ ଏବଂ ବେଷ୍ଟ ସିକ୍ସର ପୁରସ୍କାର ପ୍ରଦାନ କରାଯାଇଛି । ଆଜିର ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୁତି ପଟ୍ଟନାୟକ ଯୋଗ ଦେଇ ସେ ବିକ୍ରମପୁର ଗାଁର ଝିଅ ହୋଇ ଏଠାରେ ନିଜର ପିଲାଦିନ କଟେଇ ଥିବାରୁ ଗାଁରେ ଏଭଳିଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଂପାଦିକା କସ୍ତୁରୀ ମିଶ୍ର, ଆସିକା ଲୋକସଭା ସାଂସଦ ପ୍ରାର୍ଥିନି ଅନିତା ଶୁଭଦର୍ଶନୀ ଗଞ୍ଜାମ ଜିଲ୍ଲା ଯୁବ ବିଜେପି ସଭାପତି ପ୍ରମୋଦ କୁମାର ପଣ୍ତା,
ଘୁମୁସର ଜିଲ୍ଲା ଉପସଭାପତି ଅନିଲ କୁମାର ପଣ୍ତା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାରତୀ ବେହେରା, ଯୁବ ବିଜେପି ନେତା ଜଗନ୍ନାଥ ଭୂୟାଁ, ବିକ୍ରମପୁର ସରପଞ୍ଚ ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ କେଶପୁର ଛକ ଠାରୁ ବିକ୍ରମପୁର ଗ୍ରାମ ଖେଳ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲିରେ ପାଛୋଟି ନିଆ ଯାଇଥିଲା । ଏହି ଫାଇନାଲ ପ୍ରତିଯୋଗିତାରେ ଅମ୍ପାୟାର ଦାୟିତ୍ବ ନିର୍ବାହ କରିଥିବା ସନ୍ତୋଷ ସାହାଣି ବ୍ୟାଟସ୍ ମ୍ୟାନ୍ ଙ୍କ ଚୌକା ଛକାରେ ନିଜର ଅଭିନବ କୌସଳ ପଦର୍ଶନ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ ।ବିଜୟୀ କୈରାଶି ଦଳ କୁ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here