ଆହତ ପରିବାରକୁ ମେଡ଼ିକାଲ ରେ ଭର୍ତ୍ତି କଲେ ଉପଜିଲ୍ଲାପାଳ।

0
629

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଗତକାଲି ସକାଳ ସମୟରେ ସୋରଡ଼ା ରୁ ଭଞ୍ଜନଗର ଫେରୁଥିବା ବେଳେ କଣ୍ଟେଇପଲ୍ଲୀ ନିକଟରେ ଏକ ସ୍କୁଟି ଦୁର୍ଘଟଣା ରେ ଆହତ ହୋଇଥିବା ଦେଖି ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ଅଟୋ ସାହାଯ୍ୟରେ ଭଞ୍ଜନଗର ମେଡିକାଲ କୁ ପଠେଇ ମାନବିକତା ର ପରିଚୟ ଦେଇଛନ୍ତି।ସୂଚନା ମୁତାବକ କାହ୍ନୁ ଚରଣ ଶତପଥି, ପତ୍ନୀ କଳ୍ପନା ଶତପଥି ଓ ନିଜର ୨ ପୁଅ ଝିଅ କୁ ସ୍କୁଟିରେ ଜଗନ୍ନାଥ ପ୍ରସାଦ ରୁ ସୋରଡ଼ା ନିକଟ ସିଦ୍ଧପୁର ଗ୍ରାମକୁ ଯାଉଥିବା ବେଳେ ଉକ୍ତ ସ୍ଥାନରେ ସମ୍ନାରୁ ହଠାତ ଏକ ଗାଡ଼ି ଆସିଯିବାରୁ କାହ୍ନୁଙ୍କ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।ଫଳରେ କଳ୍ପନା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ।ସେହିସମୟ ରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ସେହି ରାସ୍ତାରେ ଆସୁଥିବା ବେଳେ ଏହା ଦେଖି ଆହତ ମାନଙ୍କୁ ଉଦ୍ଧାର କରି ଅଟୋ ଯୋଗେ ସମସ୍ତଙ୍କୁ ମେଡିକାଲ ପଠେଇଥିଲେ।ହେଲେ କଳ୍ପନା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଉପଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ସମସ୍ତେ ପ୍ରଶଂସା କରିଛନ୍ତି

LEAVE A REPLY

Please enter your comment!
Please enter your name here