ଟିଚରସ୍ କପ୍ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଉଦଯାପିତ

0
283

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଟିଚରସ୍ କପ୍ ନାମରେ ଦୁଇ ଦିନିଆ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା ୪ ଓ ୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା।ଏଥିରେ ୬ଟି ଟିମ ଅଂଶ ଗ୍ରହଣ କରିଥିବା ବେଳେ ଆଜିର ଫାଇନାଲ ମ୍ୟାଚରେ ଯାଦୁଗର ଟିମ୍ ସହ ଟାଇଟନ୍ ଟିମର ଲଢେ଼ଇ ହୋଇଥିଲା ।ଏଥିରେ ଜାଦୁଗର ଟିମ୍ ୨୦-୧୫ ଗୋଲ ବ୍ୟବଧାନରେ ଟାଇଟନ୍ କୁ ହରାଇ ଚମ୍ପିୟାନ ହୋଇଥିଲା ।ଆଜିର ଏହି ହ୍ୟାଣ୍ଡବଲ୍ ଉଦଯାପନୀ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଷ୍ଟାଡିୟମ ଇନଚାର୍ଜ ଗୋପାଳ ଦାସ ଯୋଗ ଦେଇ ଫାଇନାଲ ମ୍ୟାଚ ଦେଖିବା ସହ ଚମ୍ପିୟାନ ଟିମ ଓ ରନର୍ସପ୍ ଟିମ କୁ ଚମ୍ପିୟାନ ସିଲ ପ୍ରଦାନ କରିଥିଲେ ।ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ଏବଂ ଆନ୍ତର୍ଜାତିକ ରେଫ୍ରି ତଥା ଏନଆଇଏସ ହ୍ୟାଣ୍ଡ ବଲ କୋଚ୍ ପ୍ରଶାନ୍ତ କୁମାର ରଥ,ଉପଦେଷ୍ଟା ପ୍ରକାଶ ପଣ୍ଡା, କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ଓ ସମାଜସେବୀ ପ୍ରିୟବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ଚାହିତ କରିଥିଲେ ।ଏଥିରେ ଅଜିତ,ଚକାଡୋଳା ପାଣିଗ୍ରାହୀ ଅଫିସିଆଲ ଭାବେ ଖେଳ ପରିଚାଳନା କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here