କୋଲାବ ନଦୀରେ ବୁଡି ୩ କଲେଜ ଛାତ୍ର ମୃତ

0
480

କୋରାପୁଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୋରାପୁଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଲାବ ନଦୀରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ମୃତ ଛାତ୍ର ତିନି ଜଣ କୋରାପୁଟ ସରକାରୀ ମହାବିଦ୍ୟାଳୟର ବୋଲି ଜଣା ପଡିଛି । ଜଣେ ବନ୍ଧୁଙ୍କର ଜନ୍ମଦିନ ପାଳିବାକୁ ସାତ ଜଣ ଛାତ୍ର କୋଲାବ ନଦୀ ପଠାକୁ ଯାଇଥିଲେ । ସେଠାରେ ଜନ୍ମଦିନ ପାଳିବା ପରେ ୩ଜଣ ଛାତ୍ର କୋଲାବ ନଦୀରେ ସ୍ନାନ କରିବାକୁ ଯାଇଥିଲେ । ଗଧୋଇବା ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ୪ ଜଣ ଛାତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ ଓ ଦମକଳବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇ ଯାଇଥିବା ବେଳେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here