ସାଉଦି ଆରବରେ ଓଡିଆ ସଙ୍ଗଠନ “ଉତ୍କଳିକା” ତରଫରୁ ୮୭ ତମ ଉତ୍କଳଦିବସ ପାଳିତ

0
331

ବ୍ରହ୍ମପୁର: ସାଉଦି ଆରବରେ ପୂର୍ବାଞ୍ଚଳ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା”,୮୭ ତମ ଉତ୍କଳ ଦିବସ ଉପଲକ୍ଷେ ” ନିଜର ୧୩ ତମ ବାର୍ଷିକ ଉତ୍ସବ ସାଉଦି ଆରବର ଜୁବେଲ ଠାରେ ପାଳନ କରିଛି। ଏଥିରେ ୨୫୬ ଓଡିଆ ପରିବାର ସମେତ ୫୪୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ ପାଲା, ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ସଂଯୋଜକ ଅଜୟ ଦାସ ଙ୍କ ସ୍ବାଗତ ଭାଷଣ ପରେ ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସବ୍ୟସଚୀ ଶତପଥୀ ମୁଖ୍ୟ ବକ୍ତା ଅବିନାଶ କର୍ନିକ ଏବଂ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅମିର ଖାନ (ଅଧ୍ୟକ୍ଷ ଡୁନ୍ ପବ୍ଲିକ ସ୍କଲ) ଯୋଗ ଦେଇ ଓଡ଼ିଶାର ସଂସ୍କତି, ଐତିହ୍ୟ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ। ଏଥି ସହିତ “ମୁ ଓଡ଼ିଆ ମୋ ଭାଷା ବଢିଆ” ର ସ୍ଲୋଗାନ ସହ,ଦୀପ ପ୍ରଜ୍ୱଳନ କରି, ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀ ଙ୍କ ସ୍ମୃତି ଚାରଣ କରି, ଅନୁଷ୍ଠାନର ସଦସ୍ୟ ସ୍ବର୍ଗତ ମିଶ୍ର ଭାଈ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା, ଏଥିସହିତ ଅନୁଷ୍ଠାନର ବାର୍ଷିକ ପତ୍ରିକା “ଉତ୍କଳିକା” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ,ବନ ବିହାରି ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଓଡିଶା ର ଜାତୀୟ ସଂଗୀତ ” ବନ୍ଦେ ଉତ୍କଳଜନନୀ ” କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା। ଏଥି ସହିତ ରୋଜା ରୀୟାଦ ଏବଂ କଳିଙ୍ଗାନା ଦମ୍ମାମ ର ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସଂଗଠନ ର ବରିଷ୍ଠ ସଦସ୍ୟ ଅଜିତ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here