ଖଲିକୋଟ କଲେଜ ଖେଳ ପଡିଆର ବ୍ୟବସାୟୀକରଣ ବିରୁଦ୍ଧରେ ଅଧକ୍ଷାଙ୍କୁ ଦାବିପତ୍ର ।

0
611

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସକାଳ ୧୧:୦୦ ଘଣ୍ଟ ସମୟରେ ଖଲିକୋଟ କଲେଜ ଖେଳ ପଡିଆର ବ୍ୟବସାୟୀକରଣ ବିରୁଦ୍ଧରେ ଖଲିକୋଟ କଲେଜ ଅଧକ୍ଷାଙ୍କୁ ଦାବିପତ୍ର ଦିଆଯାଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ.ଦେବବ୍ରତ ଦେବ, ଡାକ୍ତର. ସମରେନ୍ଦ୍ର କୁମାର ସାହୁ,ଶ୍ରୀ. ମଧୁସୂଦନ ବେହେରା, ଡକ୍ଟର. ସୁବ୍ରତ କୁମାର ସାହୁ,ଶ୍ରୀ. କେଦାର ନାଥ ପଣ୍ଡା,ଶ୍ରୀ. ବିଷ୍ଣୁ ସୁବୁଦ୍ଧି,ଶ୍ରୀ. ତାରିଣୀ ପ୍ରସାଦ ନାୟକ,ଶ୍ରୀ. ଶୁଶାନ୍ତ କୁମାର ବିଷୋୟୀ, ଆଡ଼ଭୋକେଟ୍. ସଞ୍ଜୟ କୁମାର ବିଷୋୟୀ,ଶ୍ରୀ. ଜି. ଶ୍ରୀନିବାସ ଆଚାରି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପରିପକ୍ଷୀରେ ଖଲିକୋଟ କଲେଜ ଅଧକ୍ଷା କହିଥିଲେ ଆସନ୍ତା ଅପ୍ରେଲ ମାସରେ ହେବାକୁ ଥିବା ଶାସକ ମଣ୍ଡଳ (governing body) ସଭାରେ ମୁଁ ଉପସ୍ଥାପନ କରିବି,ଏହାପରେ ପୁନଃ ନିଷ୍ପତ୍ତି ନିଆଯିବ । ସେଠାରେ ଉପସ୍ଥିତ ଥିବା ଉପାଧ୍ୟକ୍ଷ(ଶାସକ ମଣ୍ଡଳର ଜଣେ ସଦସ୍ୟ) କହିଥିଲେ ସରକାର ଅଂସକାଳିକ (part-time) ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କୌଣସି ପ୍ରାପ୍ୟ ଦେଉନାହାନ୍ତି ତେଣୁ ଏହି ଖେଳ ପଡିଆକୁ ବ୍ୟବସାୟିକରଣ କରି ଉପାର୍ଜିତ ଅର୍ଥ କୁ ଅଂଶକାଳିକ (Part-time) ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପ୍ରାପ୍ୟ ଦିଆଯାଉଛି । ଏହିପରି ବିବୃତିକର ମନ୍ତ୍ୟବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖା ଦେଇଛି । ଏଥିପାଇଁ ବ୍ରହ୍ମପୁରର ସମସ୍ତ ସ୍ୱାସ୍ଥ୍ୟ ସଚେତନ ନାଗରିକ, କ୍ରୀଡ଼ାପ୍ରେମୀ,ଅଭିଭାବକ,ବରିଷ୍ଠ ନାଗରିକ ଏବଂ ରାଜନେତାମାନଙ୍କୁ ଅନୁରୋଧ କରାଯାଉଛି ଏଥିନିମନ୍ତେ ତୁରନ୍ତ ଧ୍ୟାନ ଦେବାପାଇଁ ଆବାହନ କରାଯାଉଛି ।

LEAVE A REPLY

Please enter your comment!
Please enter your name here