୮ଦିନ ବନ୍ଦ ରହିପାରେ ବ୍ୟାଙ୍କ

0
668

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଆସନ୍ତା ମାର୍ଚ୍ଚ ମାସରେ ଲଗାତାର ୮ ଦିନ ପର୍ଯ୍ୟନ୍ତ ବନ୍ଦ ରହିପାରେ ବ୍ୟାଙ୍କ । ଫଳରେ ଆପଣ ଟଙ୍କା କିମ୍ବା ଚେକ୍ ଦେବା ନେବାର କାମ କରିପାରିବେ ନାହିଁ। ତେଣୁ ଅସୁବିଧାର ସମ୍ମୁଖୀନ ହେବା ପୂର୍ବରୁ ନିଜର ପ୍ରସ୍ତୁତି କରିନିଅନ୍ତୁ। ମାର୍ଚ୍ଚ ୮ତାରିଖ ରବିବାର ,୯ ଏବଂ ୧୦ ତାରିଖ ଦୋଳପୂର୍ଣ୍ଣିମା , ହୋଲି ନିମନ୍ତେ ବନ୍ଦ ରହିବ । ସେହିପରି ୧୧ତାରିଖରୁ ତିନି ଦିନିଆ ବ୍ୟାଙ୍କ କର୍ମଚାରୀ ଧର୍ମଘଟ ଡାକରା ଦେଇଛନ୍ତି । ମାର୍ଚ୍ଚ ୧୪ ଦ୍ୱିତୀୟ ଶନିବାର ପଡୁଥିବାରୁ ଛୁଟି ଏବଂ ୧୫ ତାରିଖ ରବିବାର ଛୁଟି । ନିୟମିତ ସରକାରୀ ଛୁଟି ସହ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଘୋଷଣା ଯୋଗୁଁ ଏହିଭଳି ଲଗାତର ୮ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଉପଭୋକ୍ତା ହଇରାଣ ହେବାର ଆଶଙ୍କା ଉପୁଜିଛି ।

LEAVE A REPLY

Please enter your comment!
Please enter your name here