ରାଶିବାଡ ଘାଟିରେ ଡାଲା ଅଟୋ ଓଲଟି ଜଣେ ଶ୍ରମିକ ମୃତ,୧୨ ଗୁରୁତର

0
277

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ଥ ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟିରେ ଏକ ଡାଲା ଅଟୋ ରିକ୍ସା ଓଲଟି ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ଜଣ ଆହତ ହୋଇଥିବାର ଖବର ଆସିଛି ଏବଂ ମୃତ ବ୍ୟକ୍ତି ଜଣକ ହେଲେ ସୁନ୍ଦରଗଡ ଜିଲ୍ଲାର ରାଣୀବେର୍ନା ଗ୍ରାମର ସୁରସେନ ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବଲାଙ୍ଗୀର, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାର ଶ୍ରମିକମାନେ ଏକ ଘରୋଇ କମ୍ପାନୀ ଜିଓ ନେଟୱାର୍କ କାମରେ ନିୟୋଜିତ ଥିଲେ । ଗଜପତି ଜିଲ୍ଲା ରାୟଗଡ ବ୍ଲକର ବୁରୁଖତ ଓ କଇଁପୁର ଆଦି ଅଞ୍ଚଳରେ ପ୍ରାୟ ଏକ ମାସ ଧରି କାମ କରି ଆସୁଥିଲେ । କାମ ସାରି ସେମାନେ ଆଜି ନିଜ ଘରକୁ ଯିବା ପାଇଁ ଏକ ଡାଲା ଅଟୋ ଓଡି୦୭ ଏଜି ୨୫୧୫ରେ ରାମଗିରି ଠାରୁ ଇଛାପୁର ଅଭିମୁଖେ ଯାଉଥବା ବେଳେ ସକାଳ ପ୍ରାୟ ୧୧ଘଣ୍ଟା ସମୟରେ ରାଶିବାଡ ଘାଟିରେ ଭାରସାମ୍ୟ ହରାଇ ଡାଲା ଅଟୋଟି ଓଲଟି ପଡିଥିଲା । ଫଳରେ ସୁନ୍ଦରଗଡ ଜିଲ୍ଲାର ରାଣିବେର୍ନା ଗ୍ରାମର ସୁରସେନ(୧୮)ଙ୍କ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏହି ଅଟୋରେ ଥିବା ୧୬ ଜଣ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରାୟଗଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ଆରିଏନ ଗାର୍ଡ (୧୮) ନାମକ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ଡାଲା ଅଟୋର ଚାଳକ ଫେରାର ହୋଇଯାଇଛି । ଦୁର୍ଘଟଣା ସ୍ଥଳରେ ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here