ଟୋକାଗଣ୍ଡା ରେ ବନ୍ଧୁତାପୁର୍ଣ ସ୍ପୋଟ୍ସ ଆୟୋଜନ ।

0
609

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବଡ଼କୋଦଣ୍ଡା ଗ୍ରାମ ପଂଚାୟତର ଟୋକାଗଣ୍ଡା ଗ୍ରାମରେ ସିଧେସ୍ୱର ଯୁବକ ସଂଘ ପକ୍ଷରୁ ଆଜି ଏକ ବନ୍ଧୁତା ପୁର୍ଣ ସ୍ପୋଟ୍ସ ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟତ ଭଲିବଲ , କବାଡି , ଖୋଖ ଇତ୍ୟାଦି ଖେଳ କାଯ୍ୟକର୍ମ ଆୟୋଜନ କରାଯାଇଥିଲା। ଭଲିବଲ ରେ ଖେଳରେ ଟୋକାଗଣ୍ଡା ଦଳ ଓ ବାହାଡାପଦର ଦଳ ମଧ୍ୟରେ ଏକ ସଂଘର୍ଷ ପୁର୍ଣ ମ୍ୟାଚ ରେ ଟୋକାଗଣ୍ଡା ଦଳ ଚମ୍ପିୟାନ ହୋଇଥିଲା। ଏହି କାଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ବଡ଼କୋଦଣ୍ଡ। ସରପଂଚ ଶ୍ରୀମତୀ ଝୁନୁ ସେଠି ସମ୍ମାନିତ ଅତିଥି ଭାବେ ବଡ଼କୋଦଣ୍ଡ। ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ସିଧେସ୍ୱର ଯୁବକ ସଂଘର ସଭାପତି ଶ୍ରୀ ପଙ୍କଜ ପ୍ରଧାନ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସରପଞ୍ଚ ଶ୍ରୀମତୀ ସେଠୀ ବିଜୟୀ ଦଳକୁ ସଂମାନିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ। ଏହି କାଯ୍ୟକର୍ମକୁ ସିତୁନୁ ସେଠି,ଗୋବିନ୍ଦ ବେହେରା,ଅଜିତସ୍ବାଇଁ,ଗୋପାଳ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here