କାର ସହ ୭୬ କେଜି ଗଞ୍ଜେଇ ଜବତ, ୩ ଗିରଫ ।

0
603

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଚୁଡଙ୍ଗପୁର ଅଂଚଳରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଏକ କାରରୁ ୭୬ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଂଜେଇ ଚାଲାଣରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।ଗିରଫ ଅଭିଯୁକ୍ତମାନେ ହେଲେ, ଅଡ଼ବା ଥାନା ଚୁଡଙ୍ଗପୁର ଗାଁର ସଞ୍ଜୟ କୁମାର ପରିଛା, କିଶୋର କୁମାର ପରିଚ୍ଛା ଓ ରାୟଗଡ ଗାଁର ମନୋନିତ ମାଳି । ସୂଚନାନୁଯାୟୀ, ଅଡବା ଥାନା ପୋଲିସ ବିଳାମ୍ବିତ ରାତିରେ ଅନ୍ତରବା ଓ ଚୁଡଙ୍ଗଉର ଅଂଚଳରେ ପେଟ୍ରୋଲିଂ କରୁଥିବା ବେକେ ଏକ କାରକୁ ସନ୍ଦେହରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାରରୁ ୩ ଗୋଟି ବସ୍ତା ଗଞ୍ଜେଇ ଜବତ ହୋଇଛି । ଚୁଡଙ୍ଗପୁର ଅଂଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ଜଣାପଡିଛି ।ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here