ମା କାଳୁଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : କଂସାମାରୀ ବିଜୟୀ

0
223

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ କୁରୁବୁଲି ଗ୍ରାମ ଖେଳପଡିଆ ଠାରେ ଶୁକ୍ରବାର ଦିନ ମାଁ କାଳୁଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କାଳୁଆ କ୍ରିକେଟ କ୍ଲବର ସଭାପତି ଡାକ ଗୈାଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୈାଡ ମୂଖ୍ଯଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ଯାଚ ଫାସୀଗୁଡା ଓ କଂସାମାରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାସିଗୁଡା ଦଳ ପ୍ରଥମ ବ୍ୟାଟିଂ କରି ୧୨ ଓଭରରେ ଦୁଇ ଓ୍ବିକେଟ ହରାଇ ୭୧ ରନ କରିଥିଲା । ଏହାର ଜବାବରେ କଂସାମାରୀ ଦଳ ୧୧.୪ ଓଭରରେ ୬ ୱିକେଟ ହରାଇ ବିଜୟ ଲାଭ କରିଥିଲା । ପ୍ରଦୀପ ଗୈାଡ ଓ କାଳୁ ପ୍ରଧାନ ଆମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ଗ୍ରାମ୍ୟ ସଭାପତି ସତ୍ୟବାଦୀ ପାଇକ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ । ସାଇବ ପାଇକ , କିରଣ ପାଇକ , ସଞ୍ଜୟ ଗୌଡ, ଲିପୁ ଗୈାଡ , ସିଦ୍ଧାନ୍ତ ପାଇକ , ସୁଶାନ୍ତ ପାଇକ , ଅମିତ ପାଇକ , ସଞ୍ଜୟ ପାଇକ , ଦୀପକ ଗୈାଡ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

କିରଣ ବେହେରା

LEAVE A REPLY

Please enter your comment!
Please enter your name here