ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସୁବଳୟା ଟିମ୍ ଚମ୍ପିୟାନ : କଳମ୍ବ ରନର୍ସଅପ

0
355

ପୋଲସରା(ନ୍ୟୁଜ ଏକ୍ସଟ୍ରା) କଲମ୍ବ ଗ୍ରାମରେ ମାର୍ଚ୍ଚ ୧୧ ତାରିଖ ଦିନ ମା’ ଭବାନୀ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ବିବେକାନନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୮ ତାରିଖ ଦିନ ଉଦଯାପିତ ହୋଇଥିବା ବେଳେ ସୁବଳୟା ଟିମ୍ ଚମ୍ପିୟାନ ହେବାର ଗୌରବ ଅର୍ଜନ କରିପାରିଛି। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ସୁବଳୟା ଟିମ୍ କୁ ଚମ୍ପିୟାନ ଟ୍ରଫି ଓ କଲମ୍ବ ଟିମ୍ କୁ ରନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରଣଜିତ ଟ୍ରଫି କ୍ରିକେଟ ଖେଳାଳି କଳମ୍ବ ଗ୍ରାମର ଟୁକୁନା ସାହୁ ଉପସ୍ଥିତ ଥିବାରୁ କ୍ରିକେଟ ଖେଳାଳି ଓ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୂର୍ବତନ ସରପଞ୍ଚ କାଶୀନାଥ ସାହୁ, କଲମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ, ସମିତି ସଭ୍ୟାଙ୍କ ପ୍ରତିନିଧି ସୁଶୀତ କୁମାର ସାହୁ, ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଜେତା ସୁବଳୟା ଟିମ୍ କୁ ଚମ୍ପିୟାନ ଟ୍ରଫି ସହ ୩୦ ହଜାର ଟଙ୍କା ଓ ଉପ ବିଜେତା କଲମ୍ବ ଟିମ୍ କୁ ରନର୍ସ ଅପ ସିଲଡ଼ ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସୁବଳୟାର ସାନ ମାଝୀ ମ୍ୟାନ ଅଫ ଦା ମ୍ୟାଚ ଓ କଲମ୍ଵର ଜ୍ଞାନ ରଞ୍ଜନ ମ୍ୟାନ ଅଫ ଦା ସିରିଜ ପୁରସ୍କାର ପାଇଥିଲେ। ଅଧ୍ୟାପକ ମନୋଜ କୁମାର ସାହୁ ଖେଳ ପରିଚାଳନା କରିଥିବା ବେଳେ ଦୀପ୍ତି ରଞ୍ଜନ ଓ ସୌମ୍ୟ ରଞ୍ଜନ ଅମ୍ପାୟାର ଭାବେ କାର୍ଯ୍ୟ ସମ୍ପାଦକ କରିଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here