କାଳିଆଗୁଡା କ୍ରିକେଟ ତୁର୍ଣ୍ଣାମେଂଟ ଉଦଯାପିତ ।

0
635

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଦୀର୍ଘ ୨୦ ଦିନ ଧରି କଲିଆଗୁଡ଼ା କ୍ରିକେଟ୍ କ୍ଲବ ତରଫରୁ ଆୟାଜିତ ୫ମ ତମ କ୍ରିକେଟ୍ ତୁର୍ଣ୍ଣାମେଂଟ ଆଜି ଶେଷ ହୋଇଅଛି ଏହି ତୁର୍ଣ୍ଣାମେଂଟ ରେ ମୋଟ୍ ୧୬ ଦଳ ଅଂଶଗ୍ରହଣ କରିଥିଲେ ।ସମସ୍ତଙ୍କୁ ପଛରେ ପକାଇ ଟିମ୍ ବାହାଡ଼ାପଦର ଏବଂ କଳିଆଗୁଡ଼ା ଟିମ୍ ଫାଇନାଲ ରେ ପ୍ରବେଶ କରିଥିଲେ ବାହାଡ଼ାପଦର ଦଳ ପ୍ରଥମେ ବ୍ୟାଟିଂକରି ୭ ୱିକେଟ୍ ହରାଇ ୧୫ ଓଭର ରେ ୧୨୫ ରନ ସଂଗ୍ରହ କରିଥିଲା ଓ ପରେ କଲିଆଗୁଡ଼ା ଦଳ ତାର ସମସ୍ତ ୱିକେଟ୍ ହରାଇ ମାତ୍ର ୪୯ ରନ୍ କରିପାରିଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସୋରଡ଼ା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ ଓ ଦଳର ସଫଳ ବ୍ୟାଟ୍ସମ୍ୟାନଓ ବୋଲର ମାନକୁ ସମ୍ମାନ କରିବା ସହ ବିଜୟୀ ଦଳକୁ ଟ୍ରଫି ସହ ୧୦୦୦୦ ଟଙ୍କା ଏବଂ ରନସ ଦଳକୁ ଟ୍ରଫି ସହ ୭୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ବାହାଡପଦର ଦଳର ଲଗାତାର ସଫଳତାର ଶ୍ରେୟ ବାହାଡପଦର ଦଳ ଦେବାଶିଷ ସ୍ୱାଇଁ ଓ ଶ୍ରୀଧର ସ୍ୱାଇଁ କୁ ଯାଉଛି ବୋଲି କହିଛନ୍ତି ବାହାଡ଼ାପଦର ଦଳର ସଦସ୍ୟ ମାନେ ।

LEAVE A REPLY

Please enter your comment!
Please enter your name here