ଫାଷ୍ଟ୍ ଇଣ୍ଡିଆ ସ୍କେଟ୍ ରୋଲର ଗେମ୍ସ-୨୦୨୨ରେ ଭାଗ ନେଲେ ବ୍ରହ୍ମପୁରର ଚାରି ଜଣ ସ୍କେଟର

0
460

ବ୍ରହ୍ମପୁର: ଚଳିତ ମାସ 21 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଚଣ୍ଡିଗଡ଼ର ମୋହାଲିଠାରେ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ( RSFI ) ପକ୍ଷରୁ ଅନୁଷ୍ଠିତ ହେଉଛି ପ୍ରଥମ ଜାତୀୟ ରୋଲର ଗେମ୍ସ -2022 । ଏଥିରେ ବ୍ରହ୍ମପୁର ସହରର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର (SILKY ROLLER SKATING ACADEMY ) ଚାରି ଜଣ ସ୍କେଟର ଅଂଶ ଗ୍ରହଣ କରିବା ଲାଗି ମୋହାଲି ଯାତ୍ରା କରିଛନ୍ତି । ବିଭିନ୍ନ ବିଭାଗରେ ଓଡ଼ିଶାରୁ ସ୍କେଟିଂ ଆସୋସିଏସନ ଅଫ୍ ଓଡିଶା (SAO) ପକ୍ଷରୁ 25 ଜଣ ସ୍କେଟର ଭାଗ ନେଉଥିବା ବେଳେ ବ୍ରହ୍ମପୁରରୁ ବାଳକ ଜୁନିଅର ବର୍ଗ ଇନ୍-ଲାଇନ ସ୍ପିଡ୍ ରୋଲର ସ୍କେଟିଂରେ ହରେକିୃଷ୍ଣା ପାତ୍ର ଓ ବାଳିକା ରୋଲର ଡରବି ପାଇଁ ସମୀକ୍ଷା ନାୟକ, ଶ୍ରଦ୍ଧା ପ୍ରିୟଦର୍ଶନୀ ଓ ସ୍ୱସ୍ତିକା ପଣ୍ଡା ପ୍ରତିଯୋଗୀତାରେ ଭାଗ ନେଉଛନ୍ତି । ଜାତୀୟ ସ୍ତରୀୟ ଏହି ରୋଲର ଗେମ୍ସ ପାଇଁ ବ୍ରହ୍ମପୁର ସ୍କେଟର ମାନେ ଏକାଡେମୀର କୋଚ୍ ଗୌତମ ଗୌଡ଼ ଓ ଶ୍ରୀମନ୍ତ ପାଢୀଙ୍କ ତତ୍ୱବଧାନରେ ଯୋରଦାର ପ୍ରସ୍ତୁତି କରିଥିବା ବେଳେ ଉତ୍ତମ ପ୍ରଦର୍ଶନ କରିବା ନେଇ ଉଭୟ କୋଚ୍ ଓ ସ୍କେଟର ମାନେ ପ୍ରତିକ୍ରିୟା ରଖିଛନ୍ତି । ନ୍ୟାସନାଲ ଗେମ୍ସରେ ବ୍ରହ୍ମପୁରର ଚାରି ଜଣ ସ୍କେଟର ଅଂଶ ଗ୍ରହଣ କରୁଥିବାରୁ ଏକାଡେମୀର ସଂଯୋଜକ ତଥା ସଂଙ୍କଲ୍ପ ସିନିଅର ସେକେଣ୍ଡାରୀ ସ୍କୁରର ଅଧ୍ୟକ୍ଷ ଇ.ଟି. ରାଓଙ୍କ ସମେତ ବହୁ ସ୍କେଟର ଓ ସେମାନଙ୍କ ଅବିଭାବକ ମାନଙ୍କ ପକ୍ଷରୁ ଭଲ ପ୍ରଦର୍ଶନ କରିବା ଲାଗି ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here