ନିର୍ଯାତିତା ନବବିବାହିତାଙ୍କ ଆତ୍ମହତ୍ୟା; ସେଲ୍ଫି ଫଟୋ ସହିତ ଅଡ଼ିଓ କ୍ଲିପ୍ ଭାଇରାଲ୍

0
789

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଏକ ନିର୍ଯାତିତା ନବବିବାହିତା ଦଉଡ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି । ସୂଚନାନୁସାରେ, ମୃତକ ହେଉଛନ୍ତି ଶେରଗଡ଼ ଥାନା ବଳିୟାରସିଂପୁରଶାସନ ଗ୍ରାମର ବନଦେବୀପାଟଣା ସାହିର ଇତିଶ୍ରୀ ସାମନ୍ତରାୟ । ସେ ସାଗର ସାମନ୍ତରାୟକୁ ପ୍ରେମ ବିବାହ କରିଥିଲେ । ସାଗରଙ୍କ ବାପା କାମାକ୍ଷା ପ୍ରସାଦ ସାମନ୍ତରାୟ ଏବଂ ଇତିଶ୍ରୀଙ୍କ ବାପା ସୀମାଞ୍ଚଳ ପାଣିଗ୍ରାହୀ,ଉଭୟ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି । ଗତବର୍ଷ ସେପ୍ଟେମ୍ବର ମାସରେ ଉଭୟ ହିଞ୍ଜିଳିକାଟୁ କୋର୍ଟରେ ରେଜିଷ୍ଟ୍ରି ବିବାହ କରିଥିଲେ। ବିବାହ ପରେ ସାଗର ଓ ଇତିଶ୍ରୀ କବିସୂର୍ଯ୍ୟନଗର ବନଦେବୀପାଟଣା ସାହିରେ ଏକ ଭଡ଼ା ଘରେ ରହୁଥିଲେ। ସାଗର ବ୍ଲକ୍ ଯୋଗାଣ ବିଭାଗ ଏମ୍.ଆଇ ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର୍ ଭାବେ କାମ କରେ। ସାଗର ହଠାତ୍ ଇତିଶ୍ରୀଙ୍କ ଉପରେ ଅକଥନୀୟ ନିର୍ଯାତନା ଆରମ୍ଭ କରି ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା ଓ ସାଗର ଉତ୍କ୍ଷିପ୍ତ ହୋଇ ଇତିଶ୍ରୀଙ୍କୁ ପ୍ରବଳ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଆଜି ସକାଳେ ଇତିଶ୍ରୀ ଜୀବନ ହାରିବା ପୂର୍ବରୁ ସୋସିଆଲ୍ ମିଡ଼ିଆରେ ନିଜର ଶେଷ ସେଲ୍ଫି ଫଟୋ ସହିତ ଅଡ଼ିଓ କ୍ଲିପ୍ ଭାଇରାଲ୍ କରିଛନ୍ତି। ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ସାଗର ସାମନ୍ତରାୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ କବିସୂର୍ଯ୍ୟନଗର ଥାନାରେ କେସ୍ ନମ୍ବର ୩୬ ଅନୁସାରେ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ସ୍ଥାନୀୟ ବାସିନ୍ଦା ଇତିଶ୍ରୀକୁ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here