ବିଜୁ ଯୁବ ବାହିନୀ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚ୍ ଅନୁଷ୍ଠିତ; ଦଧିବାମନ ଟିମ୍ କୁ ହରାଇ ରାଜନଗ୍ର ଟିମ୍ ବିଜୟୀ

0
631

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁର) : ଦିଗପହଣ୍ଡି ଏନଏସି ବିଜୁ ଯୁବ ବାହିନୀ କ୍ଳବ୍ ବି ପକ୍ଷରୁ ସ୍ଥାନୀୟ ଦଧିବାମନ ମନ୍ଦିର ପରିସରରେ ରହିତ
ଇା ଭଲିବଲ୍ କୋର୍ଟରେ ବନ୍ଧୁତ୍ୱ ପୂର୍ଣ୍ଣ ଏକ ଦିବସୀୟ ଭଲିବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ ଟି ଦିଗପହଣ୍ଡି ଏନଏସିର ରାଜନଗ୍ର ଟିମ୍ ଏବଂ ଦଧିବାମନ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦଧିବାମନ ଟିମ୍ ୧୫ ପଏ୍ ସଂଗ୍ରହ କରିଥିବା ବେଳେ ରାଜନଗ୍ର ଟିମ୍ ୧୦ ପଏ୍ ସଂଗ୍ରହ କରିପାରିଥିଲା । ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରିଫେରୀ ଭାବେ କେ. ରଞ୍ଜନ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ମୁଖ୍ୟ ଅତିଥିଙ୍କ ଦ୍ୱାରା ୱିନର୍ ଟିମ୍ ଏବଂ ରନର୍ସଅପ୍ ଟିମ୍ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କ୍ୟାପଟେନ୍ କେ.ସଞ୍ଜୟ କୁମାର, ଆର୍.ବିକାଶ ଏବଂ କ୍ୟାପଟେନ୍ ଏ.ହରିଆ ଟ୍ରଫି ଏବଂ ପୁରଷ୍କାର ଗ୍ରହଣ କରିଥିଲେ । ଇ.କୁନାଲ୍, କେ.ପିୁ, ଶଙ୍କର ସ୍ୱାଇଁ, ସାଗର ନାୟକ, ଏ.ଗୌରୀଶଙ୍କର, ଏମ.ଜିତୁ, ଏ.କାଳିଆ, ଇ.ଶରତ ଏବଂ ଜିତୁ ଗୌଡ ପ୍ରମୁଖ କ୍ରୀଡାବିଦ୍ ମାନେ ଅଂଶ ଗ୍ରହଣ କରିଥିଲେ । ଦିଗପହଣ୍ଡି ଏନଏସି ବିଜୁ ଯୁବ ବାହିନୀ କ୍ଳବ ଏ ସଭାପତି ସମୀରକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ କ୍ଳବ ବି ସଭାପତି ନୀଳାଳ ରଥ, ସମ୍ପାଦକ ଦୂର୍ଗା ପ୍ରସାଦ ସାହୁ, ମନ୍ମଥ ପାଣିଗ୍ରାହୀ, ରାଜ କୁମାର ମହାନ୍ତି, ବି.ଜିତୁ ଏବଂ ୟୁଏଲବି କୋଡିନେଟର୍ ସନ୍ତୋଷ କୁମାର ବାଡତ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here