ଗଞ୍ଜାମ ଜିଲ୍ଲା ଅନ୍ତଃ ବିଦ୍ୟାଳୟ ଟେବୁଲ ଟେନିସ୍ ଚମ୍ପଆନସିପ୍ ଉଦଯାପିତ

0
276

ବ୍ରହ୍ମପୁର:ବ୍ରହ୍ମପୁର ଟେବୁଲ ଟେନିସ ସଂଘ ପକ୍ଷରୁ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଇନଡୋର ଗେମ୍ସ ହଲଠାରେ ଦୁଇଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଅନ୍ତଃ ବିଦ୍ୟାଳୟ ଟେବୁଲ ଟେନିସ୍ ଚମ୍ପଆନସିପ୍ ଉଦଯାପିତ । ଉଦଯାପନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ୟୁନିଟାରୀ ୟୁନିଭରସିଟିର କୁଳପତି ପ୍ରଫୁଲ୍ଲ କୁମାର ମହାନ୍ତି , ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା , ଡେପୁଟି ମେୟର ବିବେକ୍ ରେଡ୍ଡୀ, ବହ୍ମପୁର ଆର୍ବନ ବ୍ୟାଙ୍କ ସଭାପତି ଆର.ମୁରଲି ମୋହନ , କର୍ପୋରେଟର ସଞ୍ଜିତ୍ ପାଣିଗ୍ରାହୀ ଓ ମୁକୁନ୍ଦ ଗୌଡ଼ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏଭଳି କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରିବା ଦ୍ୱାରା ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି ମୁଖ୍ୟ ଅତିଥି ବିଧାୟକ ବିକ୍ରମ କୁମାର ପଣ୍ଡା ମତ ପ୍ରକାଶ କରିଛନ୍ତି । ଏହି ଚମ୍ପିଆନସିରେ ଜୁନିୟର ବାଳକ, ଜୁନିଅର ବାଳିକା, ସିନିୟର ବାଳକ , ସିନିୟର ବାଳିକା , ୟୁଥ୍ ବାଳକ ଓ ବାଳିକା ବିଭାଗର ପ୍ରତିଯୋଗୀତା ହୋଇଥିଲା । ଜିଲ୍ଲାର ପ୍ରାୟ 13 ବିଦ୍ୟାଳୟରୁ 57ଜଣ ଖେଳାଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଜୁନିୟର ବାଳକ ବିଭାଗରେ ସରକାରୀ ମେଡିକାଲ କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟର ଏ.ସନ୍ତୋଷ ରାଓ ଚମ୍ପିଆନ ହୋଇଥିବା ବେଳେ ବାଳିକା ଜୁନିଅର ବିଭାଗରେ ଡିଏଭି ପବ୍ଲିକ ସ୍କୁଲର ଅନ୍ୱେଷା ବିଷୋୟୀ ଚମ୍ପିଆନ ହୋଇଛନ୍ତି । ସେହିଭଳି ସିନିୟର ବାଳକ ବିଭାଗରେ ଜବାହର ନବୋଦୟ ବିଦ୍ୟାଳୟର ସନ୍ୟାସୀ ସାହୁ ଚମ୍ପିଆନ ଓ ଭିଭି ଗିରି ବାଳିକା ବିଦ୍ୟାଳୟର ଏ. ସାଇଲକ୍ଷ୍ମୀ ରାଓ ଚମ୍ପିଆନ ହୋଇଛନ୍ତି । ୟୁଥ ବାଳକ ବିଭାଗରେ ଦିନେଶ କୁମାର ଓ ବାଳିକା ବିଭାଗରେ ପୁଷ୍ପାଞ୍ଜଳୀ ବେହେରା ଚମ୍ପିଆନ ହୋଇଛନ୍ତି । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଟେବୁଲ ଟେନିସ ସଂଘର ସଭାପତି ସଞ୍ଜୟ ବିଷୋୟୀ, ସାଧାରଣ ସମ୍ପାଦକ ଦଷ୍ମନ୍ତ ପାଢୀ, ଉପ-ସଭାପତି ଭାଗିରଥି ରେଡ୍ଡୀ , କୋଷାଧ୍ୟକ୍ଷ ବିରଳା ପ୍ରସାଦ ମାଝୀ, ଯୁଗ୍ମ ସମ୍ପାଦକ ଗୌରୀ ମିଶ୍ର, ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ , ଗୋପାଶ କୃଷ୍ଣ ଦାଶ, ବାଲାଜୀ ପାତ୍ର, ରବିନାରାୟଣ ମିଶ୍ର,ବିଜୟ ସିଂ ସାମନ୍ତ, ଶକ୍ତିଧର ରାଜଗୁରୁ ଓ ଚମ୍ପିଆନସିପର ବିଚାରକ ଭାବେ ଜାତୀୟ ବିଚାରକ ସୁଜିତ କୁମାର ରାୟ, ସମ୍ୱିତ ଦାଶ ଓ କେ.ରାଜୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here