ହନୁମାନ ଗୁମ୍ଫାରେ କୁମ୍ଭ ସଂକ୍ରାନ୍ତି ସଙ୍କୀର୍ତ୍ତନ ମେଳା

0
592

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁର) : ଦିଗପହଣ୍ଡି ସହର ନ୍ଖଳଙ୍କ ଚାଙ୍ଗୁଡିଦେଇ ପାହାଡ ପର୍ବତର ଗୁମ୍ଫ ମଧ୍ୟରେ ଆର୍ବିଭୂତ ହୋଇଥିବା ପ୍ରତ୍ୟେକ୍ଷ ସିଦ୍ଧ ପୀଠ ଶ୍ରୀ ହନୁମାନ ଗୁମ୍ଫାରେ କୁମ୍ଭ ସଂକ୍ରାନ୍ତି ଉପଲକ୍ଷେ ସଙ୍କୀର୍ତ୍ତନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବହୁ ପୂରାତନ ଏହି ମନ୍ଦିରରେ ହନୁମାନଙ୍କ ସ୍ୱୟଂ ପ୍ରତିମୂର୍ତ୍ତି ଗୁମ୍ଫା ମଧ୍ୟରେ ଆର୍ବିଭୂତ ହୋଇଥିବା ବେଳେ ବହୁ ମନୋସ୍କାମନା ରଖି ଆସୁଥିବା ଭକ୍ତ ମାନଙ୍କ କାର୍ଯ୍ୟ ସିଦ୍ଧ ହେଉଥିବାରୁ ଏକ ସିଦ୍ଧି ପୀଠ ଭାବେ ଏହା ଅଞ୍ଚଳରେ ପରିଚିତ । ପ୍ରତ୍ୟେକ ସପ୍ତାହର ମଙ୍ଗଳବାର, ଶନିବାର ଏବଂ ମାସର ସଂକ୍ରାନ୍ତିରେ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥାଏ । ଗୁରୁବାର କୁମ୍ଭ ସଂକ୍ରାନ୍ତି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହିତ ଅନ୍ନ ଯଜ୍ଞ, ଘୃତ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here