ନିମିନା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଘୋଡାପଲାଣ ଟିମ ଚମ୍ପିୟାନ

0
290

ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମର ମା ତାରିଣୀ କ୍ରିକେଟ କ୍ଲବ ପକ୍ଷରୁ ଅନୁଷ୍ଠିତ ସୁଧାଂଶୁ ସ୍ମାରୀକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଘୋଡାପଲାଣ ଟିମ ବିଜୟୀ ହୋଇ ଚମ୍ପିୟାନ ହେବାର ସୌଭାଗ୍ୟ ଅର୍ଜନ କରିଛି। ମଇ ୨୯ ତାରିଖ ଦିନ ନିମିନା ଖେଳ ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ଟ୍ରଫି ଓ ଅର୍ଥ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଘୋଡାପଲାଣ ଟିମକୁ ଚମ୍ପିୟାନ ଟ୍ରଫି ସହ ୧୨ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ବାଲିଛାଇ ଟିମକୁ ରନର୍ସ ଅପ ଟ୍ରଫି ସହ ୭ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ନିମିନା ଗ୍ରାମ ପଞ୍ଚାୟତ ସରପଞ୍ଚ ମାମା ସାହୁ ଓ ସମିତି ସଭ୍ୟା ଉଷାରାଣୀ ସାହୁ, ଏବଂ ସମାଜସେବୀ ତାପସ କୁମାର ସାହୁ, ନୀଳମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ଶ୍ରେଷ୍ଠ ଛକା ମାରିଥିବା ଖେଳାଳି ରାମଚନ୍ଦ୍ର ଗୌଡ଼, ମ୍ୟାନ ଅଫ ଦା ସିରିଜ କାହ୍ନୁ, ବେଷ୍ଟ ବୋଲର ବିଦୁର, ବେଷ୍ଟ ଫିଲଡ଼ର ଦୀପକ ଓ ଫାଇନାଲ ଖେଳର ମ୍ୟାନ ଅଫ ଦା ମ୍ୟାଚ ସାଗର ଙ୍କୁ ଅତିଥି ବୃନ୍ଦ ସିଲଡ଼ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here