ଦିଗପହଣ୍ଡି ହସ୍ପିଟାଲ୍ ଛାତରୁ ସିମେଣ୍ଟ୍ ପଲସ୍ତରା ଖସୁଛି ରୋଗୀ ସମେତ ଡାକ୍ତର ଅସୁରକ୍ଷିତ !

0
636

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁର) : ଦିଗପହଣ୍ଡି ସହରରେ ରହିଥିବା ହସ୍ପିଟାଲ୍ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତରୁ ସିମେଣ୍ଟ୍ ପଲସ୍ତରା ଖସୁଥିବା ଦେଖିବାକୁ ମିଳିଛି । ଫଳରେ ରୋଗୀ ସମେତ ଡାକ୍ତର ମଧ୍ୟ ଅସୁରକ୍ଷିତ ଅବସ୍ଥା ଦେଇ ଗତି କରୁଥିବା ମତ ପ୍ରକାଶ ପାଇଛି । ହସ୍ପିଟାଲର ପୁରାତନ କୋଠାରେ ଅଦ୍ୟାବଧି ରୋଗୀ ଚିକିତ୍ସା ସ୍ୱାସ୍ଥ୍ୟ ପରୀକ୍ଷା ଆଦି ହୋଇ ଆସୁଅଛି । ନୂତନ ଅତିରିକ୍ତ କୋଠାର ଆବଶ୍ୟକତା ରହିଥିଲେ ହେଁ ପୁରାତନ କୋଠା ଗୁଡିକର ପୁଣି ରକ୍ଷଣାବେକ୍ଷଣ ନିତାନ୍ତ ହୋଇଯାଇଛି । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ସହସ୍ରାଧିକ ଲୋକେ ଦୈନିକ ନିର୍ଭର ଶୀଳ ହେଉଥିବା ବେଳେ ଦିଗପହଣ୍ଡି ଗମାନାଗମନ ଦୃଷ୍ଟିରୁ ଭଲ ସ୍ଥାନରେ ରହିଥିବା ହେତୁ ଜରୁରୀକାଳୀନ ଅବସ୍ଥାରେ ପ୍ରାୟତଃ ରୋଗୀ ମାନଙ୍କ ଭିଡ ଜମି ରହୁଛି । ସମ୍ପ୍ରତ୍ତି ଛାତରୁ ସିମେଣ୍ଟ୍ ପଲସ୍ତରା ଖସୁଥିବା ବେଳେ କେତେବେଳେ କେଉଁ ସମୟରେ ଅଘଟଣ ଟିଏ ଯେ ନଘଟିବ ତାହା ନିସନ୍ଦେହ । ଚିକିତ୍ସା କରିବାକୁ ଆସିଥିବା ରୋଗୀ କିମ୍ବା ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଆସୁଥିବା ଡାକ୍ତରଙ୍କ ମୁଣ୍ଡ ଉପରେ ସିମେଣ୍ଟ ପଲସ୍ତରା ଖସି ଆସନ୍ନ ଦୂର୍ଘଟଣା ଘଟିବାର ଆଶଙ୍କା କରାଯାଉଛି । ସାମ୍ଭାବ୍ୟ ଅଘଟଣ କିମ୍ବା ଦୂର୍ଘଟଣା ଘଟିବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ହୋଇଯାଇଥିବା ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଦୂର୍ଘଟଣା ଟିଏ ନଘଟିବା ଯାଏଁ ସରକାର କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚେତା ପଶୁ ନାହିଁ ବୋଲି ସୂଚନା ଅଧିକାର କର୍ମୀ ଅନନ୍ତନାରାୟଣ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here