୯.୩ କେଜି ଚୋରା ଗଞ୍ଜେଇ ଜବତ;୧ ଗିରଫ

0
668

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଗତକାଲି ବୁଧବାର ସହରର ଫାଷ୍ଟଗେଟ୍ ଠାରେ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଏକ ମୋଟରସାଇକଲ ଓ ୯.୩ କେଜି ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି | ଡ଼ି.ଏସ.ପି ଶ୍ରୀ ଯେ.କେ.ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ,ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଶିବରାମ ବିଷୋୟୀ (୨୨) ଓ ମୋଟରସାଇକଲ ନମ୍ବର ଓଡି ୦୭ଯେ୬୭୭୯ ବୋଲି ଜଣା ପଡିଥିଲା | ଗତକାଲି ସନ୍ଧ୍ୟା ୫ଟା ବେଳେ ବଡ଼ବଜାର ଉପଥାନା ଅଧିକାରୀ ବି.ଆର.ରାଏ ଓ ଥାନା କର୍ମଚାରୀମାନେ ଗାଡି କାଗଜପତ୍ର ଯାଞ୍ଚ କରୁଥିବା ସମୟରେ ଜୈନକ ବ୍ୟକ୍ତି ଏକ ବେଗରେ ଜବତ ଗଞ୍ଜେଇ ରଖିଥିବା ଜଣାପଡିଥିଲା | ମୋଟରସାଇକେଲ ଚାଳକ ଜବତ ଗଞ୍ଜେଇକୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନେଇ ସେଠାରୁ ଭଦ୍ରକ ପଠାଇଥାନ୍ତା ଏବଂ ଭଦ୍ରକରେ ଗଞ୍ଜେଇ ମାଫିଆଙ୍କୁ ବିକ୍ରି କରିଥାନ୍ତା ବୋଲି ଜଣା ପଡିଛି |

LEAVE A REPLY

Please enter your comment!
Please enter your name here