ଚୋରି ସାମଗ୍ରୀ ଜବତ , ଜଣେ ଗିରଫ

0
428

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ର)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଯୁବକ ପାପଡ଼ାହାଣ୍ଡି ଗ୍ରାମ ଭିତର ସାହିର ଶ୍ରବଣ ହରିଜନ ବୋଲି ଜଣାପଡିଛି । ଗତ ସପ୍ତାହରେ ପାପଡ଼ାହାଣ୍ଡି ଗ୍ରାମ ଭିତର ସାହିରେ ବିଜୟ ନାୟକ ଓ ତେଜା ପାତ୍ରଙ୍କ ଘରୁ ଚୋରି ହୋଇଥିଲା । ଏନେଇ ଦୁହେଁ ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଚଲାଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ଆଜି ଆସାମୀକୁ ଗିରଫ କରିବା ସହ ତାଠାରୁ ଗୋଟିଏ ଲାପଟପ୍ , ଦୁଇଟି ମୋବାଇଲ , ଗୋଟିଏ ପ୍ରିଣ୍ଟର , ନାକର ରିଙ୍ଗ ୪ଟି , ଗୋଟିଏ ଯୋଡ଼ା କାନଫୁଲ ଜବତ କରିଛି । ପୁଲିସ ଗିରଫ ଯୁବକ ଶ୍ରବଣକୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ପାପଡ଼ାହାଣ୍ଡି ଥାନାରେ କେସ୍ ନଂ – ୧୧୦ / ୨୧ ଓ ୧୧୩ / ୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି ।

ରିପୋର୍ଟ-ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here