ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

0
692

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ସରକାରୀ ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ପ୍ରଧାନ ଉପସଭାପତି ବିନିତା ଗଉଡ, ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା, ସଭ୍ଯ ରବିନ୍ଦ୍ର କୁମାର ବେହେରା, ପୁଷ୍ପାଞ୍ଜଳି ଗଉଡ, ବିରଞ୍ଚି ନାରାୟଣ ଗଉଡ, ସି ଆର୍ ସି ସି ଅଶ୍ୱିନୀ କୁମାର ପ୍ରହରାଜ ପ୍ରମୂଖ ଉପସ୍ଥିତ ରହି ୨୧୧ ଜଣ ଛାତ୍ର ମାନଙ୍କୁ ପୋଷାକ ଓ ଜୋତା ପ୍ରଦାନ କରିଥିଲେ । ଏଥିରେ ଶିକ୍ଷକ କୃଷ୍ଣଚନ୍ଦ୍ର ଦାସ, ଅଶୋକ କୁମାର ସେଠୀ ଶିକ୍ଷୟତ୍ରି ଇପ୍ସିତା ମିଶ୍ର, ପୁଷ୍ପାଞ୍ଜଳି ସେଠୀ, ଝିଲି ପ୍ରଧାନ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ ମଧ୍ଯ କରିଥିଲେ ।

LEAVE A REPLY

Please enter your comment!
Please enter your name here