ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

0
645

ବ୍ରହ୍ମପୁର ୧୭/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଧରାକୋଟ ବ୍ଲକ ଶୁଣ୍ଢିପଲ୍ଲୀ। ଗ୍ରାମର କୃଷ୍ଣ ଚନ୍ଦ୍ର ବିଷୋୟୀ ନାମକ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ପିଣ୍ଡାରେ ବସି ମୋବାଇଲ ଦେଖୁଥିବା ସମୟରେ ତିନି ଜଣ ବ୍ୟକ୍ତି ଧାରୁଆ ଖଣ୍ଡା ଓ ଭୁଜାଲି ଦ୍ବାରା ତାଙ୍କୁ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ମାରଣାତ୍ମକ ଆକ୍ରମଣ ହୋଇଥିଲା । ଏହା ଦ୍ୱାରା କୃଷ୍ଣଙ୍କ ମୁଣ୍ଡ ଏବଂ ଦେହରେ ଚୋଟ ବାଜିଥିଲା । ଖବର ପାଇ କୃଷ୍ଣଙ୍କ ପରିବାର ଲୋକେ ଆସିକା ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ନେଇ ଚିକିତ୍ସା କରାଇଥିଲେ କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏତଲା ପାଇବା ପରେ ଆସିକା ଉପଖଣ୍ଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମାନେ ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here