ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ମୃତ,ଜଣେ ଗୁରୁତ୍ତର

0
715

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ରଶ୍ମିତା ପାଣିଗ୍ରାହୀ) : ଗତକାଲି ସ୍ଥାନୀୟ ଜାତୀୟ ରାଜପଥ ଖଜୁରିଆ ଛକରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତ୍ତର ଆହତ ହୋଇଥିଲେ | ସୂଚନା ଅନୁଯାୟୀ ଦୁର୍ଘଟଣା ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଦୁଇଜଣ ସୁକୁଣ୍ଡା ଗ୍ରାମର ଶିବଶଙ୍କର ସାହୁ ଓ ଶିବରାମ ପାତ୍ର ଏକ ମୋଟରସାଇକଲ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା | ଗତକାଲି ସନ୍ଧ୍ୟା ବେଳେ ଓଆର୦୭ ଭି ୪୮୮ ନମ୍ବର ମୋଟରସାଇକଲରେ ଦୁଇଜଣ ଯାଉଥିବା ବେଳେ ହଠାତ ଖଜୁରିଆ ଓଭର ବ୍ରିଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଏବଂ ସେମାନଙ୍କ ମୁଣ୍ଡରେ ଗଭିର ଆଘାତ ହୋଇଥିଲା | ସେମାନଙ୍କୁ ଆମ୍ବୁଲାନ୍ସ ଦ୍ୱାରା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଶିବଶଙ୍କର ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଶିବରାମ ଗୁରୁତ୍ତର ଆହତ ହୋଇଥିବା ଜଣାପଡିଛି | ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି |

LEAVE A REPLY

Please enter your comment!
Please enter your name here