ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତ ଗିରଫ

0
720

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଗତ ୧୦ ତାରିଖ ଶୁକ୍ରବାର ଦିନ ବ୍ରହ୍ମପୁର ପୋଲିସ ଜିଲ୍ଲାର ମେରାଇନ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ବ୍ରହ୍ମପୁର ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ମାନେ ହେଲେ ସୋନପୁର ଅଞ୍ଚଳର ମିଥୁନ ଦାସ ଓ ଜନାର୍ଦନ ବେହେରା । ୧୦ ତାରିଖ ଦିନ ୧୪ ବର୍ଷର ନାବାଳିକା ଜଣକ ବାହୁଦା ନଦୀକୁ ଗାଧୋଇ ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜନାର୍ଦନ ଓ ଅନ୍ୟ ୨ ଯୁବକ ତାଙ୍କ ମୁହଁରେ ଚୁନି ବାନ୍ଧି ଏକ ପରିତ୍ୟକ୍ତ ଘରକୁ ଟେକି ନେଇଥିଲେ । ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ବାନ୍ଧି ପକାଇବା ପରେ ନିଶା ଦ୍ରବ୍ୟ ମିଶିଥିବା ଏକ ପାନୀୟ ପିଆଇ ଦେଇଥିଲେ ଓ ସେଠାରେ ଦୁଷ୍କର୍ମ କରିବା ସହ ଛାଡ଼ି ପଳାଇ ଯାଇଥିଲେ । ଘଟଣାର ଗୋଟିଏ ଦିନ ପରେ ନାବାଳିକା ଜଣକ ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲେ। ପରିବାର ଲୋକେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିବା ସହ ମେରାଇନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ କରି ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫ କରିବା ସହ ଦଫା ୩୬୩,୩୨୩,୩୭୬ ଡି.ଆଇ.ପି.ସି ୬ପୋସ୍କୋ ଧାରାରେ କେସ୍ ନଂ୧/୧୨.୧.୨୦୨୦ ରୁଜ୍ଜୁ କରିଛି ଏବଂ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଏହି ଦୁଇ ଜଣଙ୍କ ବ୍ୟତିତ ଅନ୍ୟ କିଛି ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରୀ ରଖାଯାଇଛି । ସେମାନଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି । ଏ ସମ୍ପର୍କରେ ପୀଡିତାର ବୟାନ ମଧ୍ୟ ରେକର୍ଡ କରାଯାଇଛି । ନାବାଳିକାର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here