ବେଲଝରୀ ଠାରେ ବେଆଇନ କରତ କଳ ସହ ମୂଲ୍ୟବାନ କାଠ ଜବତ

0
391

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତଥା ଖଲ୍ଲିକୋଟ ବନଖଣ୍ଡ ଅଧିନସ୍ଥ ମର୍ଦ୍ଦମେଖ ପଞ୍ଚାୟତ ବେଲଝରୀ ଗ୍ରାମରେ ଏକ କାଠ କରତ କଳ ଚାଲିଥିବା ଖବରପାଇ ରବିବାର ଦିନ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ କରତ କଳ ଏବଂ କିଛି ଯନ୍ତ୍ରାଂଶ ସହ ବହୁ ମୂଲ୍ୟବାନ କାଠ ଜବତ କରାଯାଇଛି l ଉକ୍ତ ଚଢ଼ାଉରେ ବ୍ରହ୍ମପୁର ଡ଼ିଏଫଓ ଅମ୍ଲାନ ନାୟକ, ଏସିଏଫ ଅଶୋକ କୁମାର ବେହେରା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ମାଧବୀ ଲତା, ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ ସମେତ ଖଲ୍ଲିକୋଟ, ପୋଲସରା, ଦିଗପହଣ୍ଡି ଓ ଛାମୁଟିଆ ପଲ୍ଲୀ ବନବିଭାଗ କର୍ମକର୍ତ୍ତା ଓ ପୁଲିସ କର୍ମଚାରୀ ସାମିଲ ଥିଲେ l ଚଢ଼ାଉ ସ୍ଥାନରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପହଂଚି ପରିସ୍ଥିତିକୁ ଆୟତ୍ତ କରିଥିଲେ l ଜବତ ସାମଗ୍ରୀର ମୂଲ୍ୟ ଚାରି ଲକ୍ଷରୁ ଅଧିକ ହେବବୋଲି ଅନୁମାନ କରାଯାଉଛି l 

LEAVE A REPLY

Please enter your comment!
Please enter your name here