ହେ ଭାବଗ୍ରାହୀ

0
703

ସଙ୍ଘମିତ୍ରୀ ଦଳେଇ
+++++%%%++++

ଲେଖିବି ଭାବିଛି ଆଜି ତୁମ ପାଇଁ ଦୁଇ ପଦ
କିପରି ଲେଖିବି କୁହ
ଭାବହୀନ ମୋତେ କାହୀଁକି କରିଛ
କହିବ କି କରି ଶପଥ ||

ନାହିଁ ଭାବ ମୋ ପାଖେ ଆଜି
ନା ସୁଖର ସମ୍ଭାର
ନା ଦୁଃଖ ର ଛିଟା
ନେଇ ପାରିବିକି କିଛି
ତୁମ ଇଚ୍ଛା ବିନା ,
ଜାଣେନା ପ୍ରଭୁ
କିନ୍ତୁ ଦେଇ ପାରିବିନି କାଣିଚାଏ
ଭାବ ଶୂନ୍ୟ ମୁଁ ଆଜି
ବଂଚିଛି ଏକା ଏକା ||

ମୁଢ଼ ମୁଁ
ଭାବର ଅଭାବ ରେ ପରିପ୍ରକାଶ ହୀନ
ହସ ତ ବହୁଦୂର ମୋ ପାଖୁ
ଲୁହ ଦି ଟୋପା ପାଇଁ
ଆଜି ତରସେ ମୋ ଜୀବନ ||

କରିଛ କି ମୋତେ ଏଠି କାଠ କି ପଥର
ତେଣୁ ଲାଗେ ମୋତେ
ଆତ୍ମା ନାହିଁ ମୋ ପାଖେ
ଲାଗିବ ଜୀବନ କେମିତି ସୁନ୍ଦର ||

ହେବିକି ନେହୁରା ତୁମକୁ
କହିବି କି ଆଉ
ହେ ଭାବ ବିନୋଦିଆ ଜଗତ ଠାକୁର
ଖୁନ୍ଦି ଦିଅ ମୋ ଦେହ ରେ ଭାବ ର ବେଗ
ଭରି ଯାଉ ମୋ ଦେହେ ତୁମରି ପ୍ରକାଶ
ଦୁଃଖ ରେ ନ ହେଲା ନାହିଁ
ସୁଖ ରେ ଗଡି ଯାଉ ମୋ ଆଖି ଲୁହ ||

ତୁମେ ପରା ପ୍ରଭୁ ,, ଭାବ ର ଗନ୍ତାଘର
ଭାବ ରେ ନିକଟ ,,ଅଭାବ ରେ ଦୂର
କରିଲ କି ପାଇଁ ପାତର ଅନ୍ତର
କାହିଁ ମୋତେ ଗଢ଼ିଛ କରି କି ପଥର
ଦୋଷ ମୋର କୁହ ||

ତୁମେ ତ ଭାବଗ୍ରାହୀ ଜଗତ ଠାକୁର
ଭରି ଦିଅ ମୋ ଅଣ୍ଟି ରେ ପସରା ଭାବର
ଦୁଃଖ ଟିକେ ଅଧିକ ଦିଅ ପଛେ
ଅନୁମତି ଦିଅ ମୋତେ,,ଅନୁଭବିବାକୁ ତୁମର ଏ
ସୁନ୍ଦର ସଂସାର
ବାନା ଉଡାଇବି ହେ ତୁମ ଜଗତ ଠାକୁର ||

ଫେରି ଯିବ ଆଜି ନିଜ ପୁରେ
ଫେରି ଚାହିଁବକି ଥରେ
ମୁଁ ଯେ ଠିଆ ତୁମରି ପଛରେ
ଆଞୁଳି ପାତି ଚାହିଁଛି ତୁମକୁ ଏକ ଲୟ ରେ
ନ ଦେଲେ ଅଭିମାନ ନାହିଁ
ଆସୁଥିବି ବାରମ୍ବାର ଧାଁଇ
କେବେ ଦୋଷ କେବେ ଜୟ ଗାନ କରି
ତୁମ ଶରଣ ପଶିବି
ଆତ୍ମବିଶ୍ବାସ କୁ ମୁଠାଇ ଧରି ||

ହେ ଭାବଗ୍ରାହୀ
ଏଠୁ ମାରୁଛି ମୁଣ୍ଡିଆ ଦୋଷ କରି ଦେବ କ୍ଷମା
ପାତକ କରି ବିନାଶ ଉଡୁ ଥାଉ ତୁମରି ବାନା ||

ଜୟ ଜଗନ୍ନାଥ

LEAVE A REPLY

Please enter your comment!
Please enter your name here