ବ୍ରହ୍ମପୁର ପୋଲିସ କବଜାରେ ପୋଖତ ଚେନ ଲୁଟେରା

0
768

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବହୁ ଦିନର ଅଭିଯୁକ୍ତ ଏକ ଚେନ ଚୋରି ମାମଲାରେ ସମ୍ପୃକ୍ତ ହୋଇ, ଆଜି ଟାଉନ ପୋଲିସ ଦ୍ୱାରା ଗିରଫ ହୋଇଛି।ଅଭିଯୁକ୍ତ ଜଣକ ଗୋଶାଣୀ ନୁଆଁଗାଁର ମାଙ୍ଗା ଓରଫ ରାକେଶ ପଣ୍ଡା ବୋଲି ଜଣାପଡିଛି।
ଅଭିଯୁକ୍ତ ଜଣକ ୧୭ ଜୁନ ରେ ଟିଉସନ ଯାଉଥିବା ଏକ ଛାତ୍ରୀଙ୍କ ବେକରୁ ଖଲ୍ଲିକୋଟ କଲେଜ ନିକଟରେ ହୋଇଥିବା ଚେନ ଚୋରି ଅଭିଯୋଗ ରେ ସମ୍ପୃକ୍ତ ହୋଇଥିଲା। ସେ ଏହା ପୂର୍ବରୁ ମାର୍ଚ୍ଚ ୬ ତାରିଖରେ ବିଜିପୁର ଛକ ନିକଟରେ ଏକ ସ୍ତ୍ରୀ ଲୋକ ବେକରୁ ସୁନା ଚେନ ଚୋରି ମାମଲା ରେ ସମ୍ପୃକ୍ତ ଥିବା ଜଣାଯାଇଛି।
ପୋଲିସ ଜବତ କରିଥିବା ଦୁଇଗୋଟି ଚେନ ୨୦ ଗ୍ରାମ ଓ ୧୫.୬୫୦ଗ୍ରାମ ଓଜନ ଥିବା ଜଣାପଡିଛି।
ଏସ ଡି ପିଓ ଟାଉନ ଶ୍ରୀଯୁକ୍ତ ବି ପି ପତିଙ୍କ କହିବା ଅନୁସାରେ ଚିହ୍ନଟ ପ୍ରକ୍ରିୟା ପରେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ।

LEAVE A REPLY

Please enter your comment!
Please enter your name here