ଚଢେୟାପଲ୍ଲୀ ଡବଲ ମର୍ଡର ଘଟଣାରେ ୩ଜଣ ଗିରଫ, ଟ୍ରକ ଜବତ….

0
624

ଗଞ୍ଜାମ(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚଢେୟାପଲ୍ଲୀରେ ଗତ ୧୨ ତାରିଖରେ ଘଟିଥିବା ୨ଟି ହତ୍ୟାକାଣ୍ଡ ଘଟଣାରେ ଆଜି ପୋଲିସ ୩ଜଣକୁ ଗିରଫ କରିବା ସହ ସମ୍ପୃକ୍ତ ଟ୍ରକକୁ ଜବତ କରିଛି। ସୂଚନା ଅନୁଯାଇ ଗତ ୧୨ତାରିଖ ଦିନ କୃଷ୍ଣ ନାୟକ ଓ ରାମ ଗୌଡ଼କୁ ଟ୍ରକ ଚଢାଇ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଜଗନ୍ନାଥ ପ୍ରସାଦ ପୋଲିସ ତଦନ୍ତ କରି ଆଜି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟୁକୁ ପାଢ଼ୀ ସମେତ ଜଗା ପାଣିଗ୍ରାହୀ ଓ ଧନୁ ଦାଶକୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରିଛି ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଟ୍ରକ ଓଡି୦୭ଏନ ୯୯୭୭କୁ ମଧ୍ୟ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟୁକୁ ପାଢ଼ୀ ସେହି ଗ୍ରାମର କାହ୍ନୁ ଗୌଡ଼କୁ ଦୁଇଟି ଟ୍ରକ ବିକ୍ରି କରିଥିଲା କିନ୍ତୁ ଗାଡିର କାଗଜ ପତ୍ର ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ ଶତ୍ରୁତା ଆରମ୍ଭ ହୋଇଥିଲା।ଏହି ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜାଣିପାରିଛିଛି।

LEAVE A REPLY

Please enter your comment!
Please enter your name here