ଧାର୍ଯ୍ୟ କୋଟ।ରୁ ଅଧିକ ମଦ ବିକ୍ରି କଲେ ପୁରସ୍କାର

0
607

ଭୁବନେଶ୍ୱର (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ଅବକାରୀ ସ୍ଥାୟୀ କମିଟି ବିଧାନସଭାରେ ଅଦ୍ଭୁତ ପ୍ରକାର ଆବେଦନ କରିଛନ୍ତି। ଧାର୍ଯ୍ୟ କୋଟାରୁ ଅଧିକ ମଦ ବିକ୍ରି କଲେ ଦୋକାନୀଙ୍କୁ ପୁରସ୍କୃତ କରାଯିବ। ଏହାର କାରଣ ହେଉଛି ମଦ ବିକ୍ରିରୁ ଅଧିକ ରାଜସ୍ବ ହାସଲ କରିବାର ଲୋଭ। ଅଧିକ ବିଦେଶୀ ମଦ ଦୋକାନ ଖୋଲିବା ସହ ଦୋକାନୀଙ୍କୁ ପୁରସ୍କାର ପ୍ରଦାନ ଭଳି ପ୍ରସ୍ତାବ ନେଇ ଗୃହରେ ସୃଷ୍ଟି ହୋଇଛି ବିବାଦୀୟ ଝଡ।
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଏକ ସୁପାରିଶ ହେଉଛି ଯେଉଁ ମଦ ଦୋକାନୀ ମିନିମମ ଗ୍ୟାରେଣ୍ଟି କୋଟା ବା ଧାର୍ଯ୍ୟ କୋଟା କିମ୍ବା ତା ଠାରୁ ଅଧିକ ମଦ ବିକ୍ରି କରୁଛନ୍ତି, ସେହି ଦୋକାନୀଙ୍କୁ ପୁରସ୍କୃତ କରାଯିବ। କମିଟି ଏହା ମଧ୍ୟ ପ୍ରସ୍ତାବ କରିଛିଯେଅଧିକ ରାଜସ୍ବ ଆଦାୟ ଓ ବିଷାକ୍ତ ମଦର ବେଆଇନ କାରବାର ରୋକିବା ପାଇଁ ଅଧିକ ବିଦେଶୀ ମଦ ଦୋକାନ ଖୋଲିବା ଆବଶ୍ୟକ। ଏପରି ପ୍ରସ୍ତାବକୁ ବିରୋଧ କରି ବିରୋଧୀ ଦଳ ସରକାରଙ୍କୁ କାଠ ଗଡ଼ାରେ ଠିଆ ହେବାକୁ ବାଧ୍ୟ କରିଛନ୍ତି।
୨୦୦୯-୧୦ର ଅବକାରୀ ରାଜସ୍ବ ୮୪୮ କୋଟିରୁ ବର୍ତ୍ତମାନ ୩୯୨୫କୋଟିରେ ପହଞ୍ଚିବା ସତ୍ତ୍ୱେ ସରକାରଙ୍କ ମୋହ କମୁନି। କିନ୍ତୁ ଷ୍ଟାଣ୍ଡିଙ୍ଗ କମିଟିର ଏହି ପ୍ରସ୍ତାବ କେତେ ଦୂର ଗ୍ରହଣ ଯୋଗ୍ୟ ସମୟ କହିବ।

LEAVE A REPLY

Please enter your comment!
Please enter your name here