କ୍ଷୀର ବ୍ୟବସାୟୀଙ୍କ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ସହ ଦୁଇ ଅଭିଯୁକ୍ତ ଗିରଫ

0
652

ବ୍ରହ୍ମପୁର(ପ୍ରଣୟ ପଣ୍ଡା) : ଗତ ୧୩ ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଅଞ୍ଚଳରେ ଘଟିଥିବା ହତ୍ୟା ଘଟଣାରେ ପୋଲିସକୁ ମିଳିଛି ସଫଳତା । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, କ୍ଷୀର ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କ ହତ୍ୟା ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ଅଛନ୍ତି ।ଗିରଫ ତିନି ଅଭିଯୁକ୍ତ ହେଲେ ରୂପେଶ୍ ପାଢୀ,ଶିବ ମହାଙ୍କୁଡ଼ ଓ ରଞ୍ଜିତ ସାହୁ ଏବଂ ଦୁଇ ଫେରାର ଅଭିଯୁକ୍ତ ହେଲେ ସନ୍ତୋଷ ସାହୁ ଓ ଶ୍ରୀନୁ ପାତ୍ର । କ୍ଷୀର ବ୍ୟବସାୟୀଙ୍କ ଗାଡି ଚାଳକ ରୂପେଶ୍ ପାଢୀ ଓରଫ୍ ଲାଲା ଘଟଣାର ମାଷ୍ଟର୍ ମାଇଣ୍ଡ ଥିଲା । ଗତ ୧୩ ତାରିଖ ବିଳମ୍ବିତ ରାତିରେ ସେ ଘର ବାହାରେ ଅପେକ୍ଷା କରିଥିବା ବେଳେ ଅନ୍ୟ ୪ଜଣ ଦୁବୃତ୍ତ ଘର ଭିତରେ ପଶିଥିଲେ ଏବଂ ଆଲମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ ।ପ୍ରଥମେ ଲୁଟ ତରାଜ ପରେ ଗୋଡକୁ ଗାମୁଛାରେ ବାନ୍ଧି ବିଭତ୍ସ ଭାବେ ହତ୍ୟା କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଲକ୍ଷ ନଗଦ ଟଙ୍କା ସହ ସୁନା ଚେନ୍,ମୁଦି ଏବଂ କାନ ଫୁଲ ଇତ୍ୟାଦି ଦଶ ଭରିରୁ ଅଧିକ ସୁନା ଜବତ କରାଯାଇଛି । ଫେରାର ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍.ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here