ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ

0
706

ବ୍ରହ୍ମପୁର୍ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହୋଟେଲ କଳିଙ୍ଗ ଅଶୋକରେ ଆୟୋଜିତ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋଙ୍କ ସମେତ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ବ୍ରହ୍ମପୁର ସହରର ଆଗଧାଡ଼ିର ୬ ଜଣ ବରିଷ୍ଠ ସାମ୍ବାଦିକ ଯଥା ନ୍ୟୁଜ18 ଓଡ଼ିଆର ଶକ୍ତିଧର ରାଜଗୁରୁ, ଓ ଟିଭିର ପ୍ରତିନିଧି ଅଶୋକ ବ୍ରହ୍ମା, ନ୍ୟୁଜ ୱାର୍ଲଡ଼ ଓଡିଶାର ପ୍ରତିନିଧି ଦେବହରି ବେହେରା, ନ୍ୟୁଜ7ର ପ୍ରତିନିଧି ସୁରଜିତ ପଣ୍ଡା, ଜୀ ଓଡିଶା ଟିଭିର ପ୍ରତିନିଧି ରାଧାଶ୍ୟାମ ଆଚାର୍ଯ୍ୟଙ୍କ ସମେତ କନକ ନ୍ୟୁଜର ପ୍ରତିନିଧି ଆଲୋକ କୁମାର ସାହୁଙ୍କୁ ସଂସ୍କୃତି ଓ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଆମ ଦକ୍ଷିଣ ଓଡ଼ିଶାର ଏହି ସାମ୍ବାଦିକ ଭାଈ ମାନେ ସମାଜସେବା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଆମେ ଗର୍ବୀତ ଅନୁଭବ କରୁଛୁ ।

LEAVE A REPLY

Please enter your comment!
Please enter your name here