ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣି ଗିରଫ l

0
630

ଅନୁଗୁଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ।ଅଭିଯୋଗ ଅନୁଯାୟୀ, ନୂଆବର୍ଷ ଦିନ ବିଶ୍ୱଜିତ, ସମ୍ପୃକ୍ତ ମହିଳା ଫରେଷ୍ଟରଙ୍କୁ ଅନୁଗୁଳର ଏକ ହୋଟେଲକୁ ଫୋନ କରି ଡାକିଥିଲେ। ମହିଳା ଜଣକ ଖୋର୍ଦ୍ଧାରୁ ଯାଇ ଅନୁଗୁଳର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହ ବିଶ୍ୱଜିତ୍ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଏହାର ପ୍ରତିବାଦ କରିବାରୁ ବିଶ୍ୱଜିତ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ପରେ ମହିଳା ଜଣଙ୍କ କୌଶଳ କ୍ରମେ ସେଠାରୁ ଖସି ଆସି ସେହି ରାତିରେ ଅନୁଗୁଳ ପୁଲିସ୍ର ସହାୟତା ନେଇଥିଲେ। ପୁଲିସ୍ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।ଗତକାଲି ଏନେଇ ମହିଳା ଫରେଷ୍ଟର ଅନୁଗୁଳ ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଇବା ପରେ କିରାଣିକୁ ଗିରଫ କରିଥିଲା। ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ କିରାଣି ଜଣଙ୍କ ଉକ୍ତ ମହିଳାଙ୍କୁ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି।୨୦୧୭ ମସିହାରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜକୁ ମହିଳା ଫରେଷ୍ଟର ଜଣଙ୍କ ପ୍ରଶିକ୍ଷଣ ନେବାକୁ ଆସିଥିଲେ। ସେହି ସମୟରେ କିରାଣି ବିଶ୍ୱଜିତଙ୍କ ସହ ତାଙ୍କର ପରିଚୟ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here