ଗଂଜାମ ପୋଲିସର ଏନକାଉଣ୍ଟରରେ ଶିକାର ଦୁର୍ଦ୍ଧାନ୍ତ ଅପରାଧୀ ସୁଶାନ୍ତ ବେହେରା। ମାଉଜର ଓ ଗୁଳି ଜବତ। ଦୁଇ କନେଷ୍ଟବଳ ଆହତ।

0
967

ଗଂଜାମ(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମ ପୋଲିସ ପକ୍ଷରୁ ଆଜି ଭୋର ସମୟରେ ହୋଇଛି ଆଉ ଏକ ଏନକାଉଣ୍ଟର। ପୋଲିସ ଓ ଅପରାଧୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁର୍ଦ୍ଧାନ୍ତ ଅପରାଧୀ ସୁଶାନ୍ତ ବେହେରା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ପୋଲିସ କନେଷ୍ଟବଳ ସାମାନ୍ୟ ଆହତ ହୋଇଛନ୍ତି। ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ ଦୁର୍ଦ୍ଧାନ୍ତ ଅପରାଧୀ ସୁଶାନ୍ତ ବେହେରା ଗଂଜାମ ସ୍ଥିତ ଜୟଶ୍ରୀ କେମିକଲସ ରୋଡ଼ରେ ମୋଟର ସାଇକେଲରେ ଯାଉଥିବା ସୂଚନା ପାଇ ତାକୁ ଧରିବାକୁ ପୋଲିସ ଟିମ ଯାଇଥିଲେ। ନିଶ୍ଚିନ୍ତ ଗିରଫଦାରୀକୁ ଏଡାଇବାକୁ ଯାଇ ସୁଶାନ୍ତ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା। ପରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା ହୋଇଥିଲା।
ଯେଉଁଥିରେ ସୁଶାନ୍ତର ବାମ ଗୋଡ଼ରେ ଗୁଳି ବାଜିଥିଲା ଓ ସେ ସେଠାରେ ପଡିଯାଇଥିଲା। ତୁରନ୍ତ ପୋଲିସ ଆହତ ସୁଶାନ୍ତକୁ କାବୁ କରି ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ଘଟଣା ସ୍ଥଳରେ ପୋଲିସ ସୁଶାନ୍ତ ଠାରୁ ଗୋଟିଏ ମାଉଜର, ଦୁଇଟି ଗୁଳି, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି। ଗଂଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି ରହିଥିବା ଅପରେସନ କ୍ଲିନ କ୍ରାଇମର ଏହା ୭୦ତମ ଏନକାଉଣ୍ଟର। ସୁଶାନ୍ତର ଘର ବ୍ରହ୍ମପୁର ଗୋଶାଣିନୁଆଗାଁ ଅନ୍ତର୍ଗତ ରାଜୀବ ନଗର ହୋଇଥିବା ବେଳେ ତା ନାମରେ ଆସ୍କା, ବ୍ରହ୍ମପୁର, ଗଂଜାମ, ଖଲ୍ଲିକୋଟ ଓ ଗୋପାଳପୁର ଥାନାରେ ୭ରୁ ଅଧିକ ସଙ୍ଗିନ ମାମଲା ରହିଥିବା ଗଂଜାମ ଏସ ଡି ପି ଓ ଉତ୍କଳ ଦାଶଙ୍କ ଠାରୁ ସୂଚନା ମିଳିଛି। ଆହତ ଅପରାଧୀ ସୁଶାନ୍ତ ଓ ତାର ଗ୍ୟାଙ୍ଗ ସମ୍ପର୍କରେ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here